www.samajalive.in
Tuesday, December 9, 2025
15.1 C
Bhubaneswar

ଉଇଘର ମହିଳାଙ୍କୁ ବଳପୂର୍ବକ ଲଣ୍ଡା କରାଯାଉଛି

ୱାଶିଂଟନ୍: ଚୀନର ଜିନ୍ଜିଆଙ୍ଗ ପ୍ରଦେଶରେ ବସବାସ କରୁଥିବା ଉଇଘର ମୁସଲମାନ ସମ୍ପ୍ରଦାୟ ପ୍ରତି ସରକାରଙ୍କ ଅତ୍ୟାଚାର ଓ ସେମାନଙ୍କର ମାନବାଧିକାର ଉଲ୍ଲଙ୍ଘନକୁ ନେଇ ପୁଣି ସ୍ବର ଉତ୍ତୋଳନ କରିଛି ଆମେରିକା। ଉଇଘରମାନଙ୍କ ବିରୋଧରେ ଚୀନ ସରକାର ନାନା କଟକଣା ଲାଗୁ କରିଥିବାବେଳେ ସେମାନଙ୍କର ଗଣସଂହାର ଭଳି କାର୍ୟ୍ୟକ୍ରମ ଚଳାଇଥିବା ଅଭିଯୋଗ ହୋଇଆସୁଛି। ସାନି ଅଭିଯୋଗ ଅନୁଯାୟୀ, ଚୀନ ସରକାର ଉଇଘର ମହିଳାମାନଙ୍କର ବଳପୂର୍ବକ ଗର୍ଭପାତ କରାଉଥିବାବେଳେ ସେମାନଙ୍କୁ ଜୋର୍ ଜବରଦସ୍ତ ଲଣ୍ଡା କରାଉଛନ୍ତି। ସେମାନଙ୍କ ଚୁଟିକୁ ନେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ଉପଯୋଗ କରୁଛନ୍ତି। ବେଆଇନ ଭାବେ ଚାଲାଣ ହେଉଥିବା ଏଭଳି ବହୁ ଉତ୍ପାଦକୁ ଆମେରିକାରେ ଜବତ କରାଯାଉଛି।

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଏନ୍ କହିଛନ୍ତି ଯେ ଚୀନ ସରକାର ଉଇଘର ମୁସଲମାନଙ୍କ ଉପରେ ଏଭଳି ନିର୍ୟାତନା ଚଳାଇଛନ୍ତି ଯେ ତାହା ଗଣସଂହାରଠାରୁ କିଛି କମ୍ ନୁହେଁ। ଚୀନ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଲକ୍ଷାଧିକ ଉଇଘର ଅଧିବାସୀଙ୍କୁ ସରକାର ବନ୍ଦୀ କରି ରଖିବା ସହ ନାନା ନିର୍ୟାତନା ଦେଉଛନ୍ତି; କିନ୍ତୁ ସେମାନଙ୍କ ଅଟକ ଶିବିରକୁ ଦକ୍ଷତା ବିକାଶ ତାଲିମକେନ୍ଦ୍ର ଭାବେ ବର୍ଣ୍ଣନା କରାଯାଉଛି। ହଂକଂରେ ଚାଲିଥିବା ଗଣତନ୍ତ୍ର ସପକ୍ଷ ଆନ୍ଦୋଳନକୁ ଦବାଇବା ପାଇଁ ଚୀନର ବଳପ୍ରୟୋଗ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ ପରିପ୍ରେକ୍ଷୀରେ ରବର୍ଟ କହିଛନ୍ତି ଯେ ଚୀନ ବିରୋଧରେ ବିଶ୍ବବାସୀ ଏକାଠି ହେବା ସହ ମାନବାଧିକାର ସୁରକ୍ଷା ପାଇଁ ଉଇଘର ଅଧିବାସୀଙ୍କ ସଂଗ୍ରାମକୁ ସମର୍ଥନ କରିବା ଉଚିତ। ଚୀନକୁ ଏକଘରକିଆ କରାଯିବାର ସମୟ ଆସିଛି। ନିକଟରେ ଆମେରିକା ବୈଦେଶିକ ସଚିବ ମାଇକ ପମ୍ପିଓ କହିଥିଲେ ଯେ ଚୀନ ସରକାର ବାଧ୍ୟକରି ଉଇଘର ମହିଳାଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଓ ଗର୍ଭପାତ କରାଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories