ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ସହ ଖୁବ୍ ଶୀଘ୍ର ବଜାରକୁ ଆସୁଛି ନୂଆ ୧୦୦ଟଙ୍କିଆ ନୋଟ୍। ବାଇଗଣି ରଙ୍ଗର ନୂଆ ନୋଟ ସିରିଜ୍ରେ ନିର୍ମିତ ହୋଇଥିବାବେଳେ ଏହାର ବିପରୀତ ଦିଗରେ ସ୍ୱତନ୍ତ୍ର ଐତିହାସିକ ସ୍ଥଳକୁ ସ୍ଥାନିତ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ଫଟୋକୁ ନୋଟରେ ମଝିରେ ସ୍ଥାନ ଦିଆଯାଇଛି। ସେହିପରି ଆଶୋକ ସ୍ତମ୍ଭ ନୋଟର ଡାହାଣ ପାଶ୍ୱର୍ରେ ସ୍ଥାନ ପାଇଛି। ସେହିପରି ବାମ ପାଶ୍ୱର୍ରେ ନୋଟ୍ ଛପା ଯାଇଥିବା ମସିହାକୁ ଉଲ୍ଲେଖ କରାଯାଇଛି। ଏହି ନୋଟ୍ରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋକୁ ସ୍ଥାନିତ କରାଯାଇଥିବାବେଳେ ନୋଟ୍ରେ ଦେବନାଗରୀ ଲିପିକୁ ସ୍ଥାନ ଦିଆଯାଇଛି।
Popular Categories



