www.samajalive.in
Friday, December 12, 2025
16.1 C
Bhubaneswar

କରୋନା ସଂକ୍ରମିତଙ୍କୁ ବୁଷ୍ଟର ଔଷଧ ପ୍ରଦାନ ଦାବି

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଡେଇଁଲାଣି। କରୋନାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବରେ କୁହାଯାଇଛି। ପୌରାଞ୍ଚଳରେ ୧୦୨ଟି ସକ୍ରୀୟ କେସ ରହିଥିବା ଜଣାପଡିଛି। ଗ୍ରାମାଞ୍ଚଳରେ ୩୦ଟି ସକ୍ରିୟ କେସ ରହିଛନ୍ତି। ପ୍ରତ୍ୟେହ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅନେକ ସଂକ୍ରମିତ ନିଜ ଘରେ ଅବସ୍ଥାନ କରୁଥିବା ବେଳେ କିଛି ଲୋକ ନିଜ ପକ୍ଷରୁ ରାୟପୁର ତଥା ଭୁବନେଶ୍ୱର ଅଞ୍ଚଳର ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ କରୋନା ସଂକ୍ରମିତ ସୁସ୍ଥ ହେଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଭାଙ୍ଗିପଡୁଥିବା ନେଇ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ପ୍ରଶାସନ ପକ୍ଷରୁ ବିଶେଷ ବୁଷ୍ଟର ଆୟୁର୍ବେଦିକ ଔଷଧ ପ୍ୟାକେଟ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ତେବେ ଔଷଧ ସରିଯାଇଥିବା କହି ଏବେ ବଣ୍ଟନ ବନ୍ଦ କରାଯାଇଥିବା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମୁକେଶ ଜୈନ ଅଭିଯୋଗ କରିଛନ୍ତି। ଅନେକ ଲୋକ ସଂକ୍ରମିତ ହୋଇ କିଛିଟା ସୁସ୍ଥ ହେବା ପରେ ସେମାନଙ୍କ ପ୍ରତି ଧ୍ୟାନ ଦିଆନଯିବା ସମସ୍ୟା ସୃଷ୍ଟି କରିବ ବୋଲି ଶ୍ରୀ ଜୈନ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ଟିଟିଲାଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଲଙ୍କୁ ଯୋଗାଯୋଗ କରିବାରୁ ୧୩୦ଟି ଔଷଧ ପ୍ୟାକେଟ ମିଳିଥିଲା। ସେସବୁ ବଣ୍ଟା ସରିବା ପରେ ଆଉ ଔଷଧ ଆସୁନଥିବା କହିଛନ୍ତି। ସେହିପରି ଗ୍ରାମାଞ୍ଚଳରେ ବଣ୍ଟନ ପାଇଁ କେବଳ ୩୦ଟି ପ୍ୟାକେଟ ପାଇ ସଂକ୍ରମିତଙ୍କୁ ଦେଇଛୁ ବୋଲି ଖୋଲାନ ସିଏଚସି ଅଧିକାରୀ ଡା. ମୀନିକେତନ କିଷାନ କହିଛନ୍ତି। ଏପରିପ୍ରେକ୍ଷୀରେ ପ୍ରଶାସନ ବିଶେଷ କରି ଗରିବ ପରିବାରର ସଂକ୍ରମିତଙ୍କୁ ଆର୍ୟୁବେଦିକ ବୁଷ୍ଟର ଔଷଧ ପ୍ରଦାନ କରବାକୁ ଦାବି ହୋଇଛି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories