www.samajalive.in
Friday, December 12, 2025
16.1 C
Bhubaneswar

ମା’ ଭଣ୍ଡାର ଘରଣୀ ମନ୍ଦିରରେ ଆରମ୍ଭ ହେଲା ନବରାତ୍ରି ପୂଜା, ବିନା ଭକ୍ତରେ ପୂଜା ପାଇବେ ଅଧିଷ୍ଠାତ୍ରୀ ଦେବୀ

ନବରଙ୍ଗପୁର: ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା। ଆଜି ଠାରୁ ଆରମ୍ଭ ହୋଇଛି ଜଗତ ଜନନୀ ମା’ ଦୁର୍ଗାଙ୍କ ନବରାତ୍ରୀ । ଏହି ଦିନ ଠାରୁ ଦଶହରା ପର୍ଯ୍ୟନ୍ତ ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ପୀଠରେ ମହା ଆଡମ୍ବର ସହକାରେ ପୂଜା ପାଇଥାନ୍ତି ମା’, ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଦର୍ଶନ ନିମନ୍ତେ ଚାହିଁ ବସିଥାନ୍ତି। ପ୍ରତି ବର୍ଷ ଭକ୍ତମାନେ ଅତି ନିଷ୍ଠା ଓ ଭକ୍ତିର ସହ ନବରାତ୍ରୀ ପାଳନ କରିବା ସହ ମନ୍ଦିର ବେଢାରେ ଦିନ ତମାମ ଉପସ୍ଥିତ ରହି ମାଆ ଭଣ୍ଡାର ଘରଣୀଙ୍କ ଉପାସନା କରିଥାନ୍ତି।
କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସରକାରଙ୍କ କଟକଣାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଭକ୍ତଙ୍କ ବିନା ପୂଜା ପାଇବେ ମା’ ଭଣ୍ଡାର ଘରଣୀ। ମା’ଙ୍କ ନୀତିକାନ୍ତିରେ କୌଣସି ପ୍ରକାର ଉଣା କରାଯାଉନଥିଲେ ମଧ୍ୟ ନବରଙ୍ଗପୁର ସହରର ହଜାର ହଜାର ଭକ୍ତ ମା’ଙ୍କ ଟିକିଏ ଦର୍ଶନ ବି ହୋଇପାରିବ ନାହିଁ ବୋଲି ଦୁଃଖର ସହ ଭାବପୂର୍ଣ ହୋଇପଡିଛନ୍ତି। ଏହି ନବରାତ୍ରୀରେ ନବରଙ୍ଗପୁର ସହର ବାଜା ବାଜଣାରେ ପ୍ରକମ୍ପିତ ହୋଇ ଉଠୁଥିଲା, ମା’ଙ୍କ ମନ୍ତ୍ର ଉଚ୍ଚାରଣରେ ଭକ୍ତ ମାନେ ପୁଲକିତ ହୋଇ ଉଠୁଥିଲେ, ଶରୀରରେ ସିଂହରଣ ସୃଷ୍ଟି ହେଉଥିଲା। କିନ୍ତୁ ଚଳିତ ବର୍ଷ ଭକ୍ତ ବିନା ଭଗବାନ ଆଉ ଭଗବାନ ବିନା ଭକ୍ତ ନବରାତ୍ରୀ ପାଳନ କରିବାର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭକ୍ତମାନଙ୍କ ହୃଦୟରେ ଗଭୀର ଦୁଃଖ ଦେଖାଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories