www.samajalive.in
Monday, December 15, 2025
26.1 C
Bhubaneswar

ଫି’ ଛାଡ଼ ମାମଲାରେ ପକ୍ଷପାତିତା ଅବଲମ୍ବନ, ନ୍ୟାୟ ପାଇଁ ଅଭିଭାବକ ସଂଘର ଆନ୍ଦୋଳନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ତେବେ ଘରୋଇ ସ୍କୁଲଗୁଡ଼ିକ ନେଉଥିବା ଫି’ରେ ରିହାତି ପ୍ରଦାନ ପାଇଁ ହୋଇଥିବା ମାମଲାରେ ପକ୍ଷପାତିତା ଅବଲମ୍ବନ କରାଯାଇଛି। ତେଣୁ ଘରୋଇ ସ୍କୁଲଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅଭିଭାବକ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଛି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
କରୋନା ମହାମାରୀ ସମୟରେ ସବୁ ଶ୍ରେଣୀର ଅଭିଭାବକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବାବେଳେ ସରକାରଙ୍କ ଦାୟିତ୍ୱହୀନତା ସହ ପକ୍ଷପାତି ଏମ୍ଓୟୁକୁ ବିରୋଧ କରି ଆଜି ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ର ଭିଭାବକମାନେ ଲୋୟର ପିଏମ୍‌ଜି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଭିଭାବକମାନଙ୍କ କହିବା ଅନୁଯାୟୀ ସରକାର ଏ ସମୟରେ ଅଭିଭାବକମାନଙ୍କ ଗୁହାରି ଶୁଣିବେ କ’ଣ ଚତୁରତାର ସହ ଓଡ଼ିଶା ଅଭିଭାବକ ସଂଘ ନାମରେ କୋର୍ଟର ପିଆଇଏଲ୍‌କୁ ଗୋଳିଆ କରି ବ୍ୟବସାୟିକ ମନୋବୃତ୍ତି ନେଇ ଚାଲିଥିବା ସ୍କୁଲ୍ ଗୁଡ଼ିକୁ ସହଯୋଗ କରୁଛନ୍ତି। ସରକାରଙ୍କ ଦ୍ୱାରା କୋର୍ଟରେ ଯେଉଁ ସତ୍ୟପାଠରେ ଏମ୍ଓୟୁ ଦିଆଯାଇଛି ତାହା ପକ୍ଷପାତୀ ଏବଂ ଘରୋଇ ବିଦ୍ୟାଳୟକୁ ସୁହାଇଲା ଭଳି ହୋଇଛି। ବିଶେଷକରି ସଂଯୋଜିତ ଏମ୍ଓୟୁକୁ ଭିତ୍ତି କରି ଘରୋଇ ସ୍କୁଲ୍ ତାର ଫି ହେଡ଼ିଙ୍ଗକୁ କମ୍ପୋଜିଟ ନାମରେ ନାମିତ କରି ଖସିବାକୁ ଚେଷ୍ଟା କରିଛି। ଏହିପରି ମହାମାରୀ ଭଳି ପରିସ୍ଥିତି ଆଗକୁ କେତେଦିନ ଜାରି ରଖିବ ଜଣାନାହିଁ। ତେଣୁ ଶିକ୍ଷକ ଓ କର୍ମଚାରୀମାନଙ୍କ ଦରମା ବାବଦକୁ ଟ୍ୟୁସନ ଫି ନିଆଯାଇ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ବାବଦକୁ ନିଆଯାଇଥିବା ଟଙ୍କା ଛାଡ଼ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ଦିଅନ୍ତୁ ବୋଲି ଅର୍ଗାନାଇଜେସନ୍‌ ଅଫ୍ ପାରେଣ୍ଟ୍‌ସ ଆସୋସିଏସନ୍ସ ଫରୁମ(ଓପାଫ) ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ଏକ ଦାବୀପତ୍ର ପ୍ରଦାନ କରିଛି। ଆଜିର ଏହି ବିକ୍ଷୋଭରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଡ଼ିଏଭି ସ୍କୁଲ, ଓଡ଼ିଏମ୍ ସ୍କୁଲ୍, ୟଙ୍ଗ ଫୋନିକ୍ସ, ବିଜେଇଏମ୍, ମଦର୍ସ ପବ୍ଲିକ ସ୍କୁଲ, ଜାଭିୟର ସ୍କୁଲ୍, ସେଣ୍ଟ ଯୋଶେଫ, କେଦାରଗୌରୀ, ଭେଙ୍କଟେଶ୍ୱର, ଅମୃତା ବିଦ୍ୟାଳୟ, ନାରାୟଣୀ ସ୍କୁଲ୍‌ର ଶତାଧିକ ଅଭିଭାବକମାନେ ଯୋଗଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories