www.samajalive.in
Sunday, December 7, 2025
26.1 C
Bhubaneswar

କର ବା ମର ସ୍ଥିତିରେ ସ୍ମିଥ୍‌, ଧୋନି; ଦିଲ୍ଲୀକୁ ରୋକିବା ଲକ୍ଷ୍ୟ​ରେ ଚେନ୍ନଇ, ବିଜୟ ଆଶାରେ ବିରାଟ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଦୁବାଇରେ ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାବେଳେ ସାରଜାରେ ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମୁହାଁମୁହିଁ ହେବେ। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବା ଲାଗି ରାଜସ୍ଥାନ ଓ ଚେନ୍ନଇକୁ ବିଜୟ ଏକାନ୍ତ ଆବଶ୍ୟକତା ଥିବାବେଳେ ଦିଲ୍ଲୀ ଶୀର୍ଷ ସ୍ଥାନ ଓ ବେଙ୍ଗାଲୁରୁ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ଖେଳିବ।
ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍‌ସ ୮ଟି ମ୍ୟାଚରୁ ୩ଟି ବିଜୟ ଓ ୫ଟି ପରାଜୟ ସହ ୬ ପଏଣ୍ଟ ହାସଲ କରିଛି। ଦଳକୁ ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେ​ଲେ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ବିଜୟ ଆବଶ୍ୟକତା ରହିଛି। ଦଳ ପ୍ରଥମ ରାଉଣ୍ଡ ମ୍ୟାଚରେ ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହୋଇଥିଲା। ସ୍ମିଥ୍‌ ,ବଟ୍‌ଲର ଓ ସଞ୍ଜୁ ସାମସନ୍‌ଙ୍କ ଫର୍ମ ହରାଇବା ଦଳକୁ ଅଧିକ ଚିନ୍ତାରେ ପକାଇଛିି। ଦଳ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ବିଜୟୀ ସହ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟ ରଖିଛି। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି। ଶେଷ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ନିକଟରୁ ପରାଜିତ ହେବା ପରେ ଦଳ ବୋଲିଂକୁ ନେଇ ଚିନ୍ତାରେ ପଡିଛି। ନବଦୀପ୍‌ ସଇନି, କ୍ରିସ୍‌ ମୋରିସ୍‌ ଓ ଯୁଜୁବେନ୍ଦ୍ର ଚହଲ ଦକ୍ଷତା ଅନୁସାରେ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ଦଳ ରାଜସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚର ସଫଳତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ। ସେହିପରି ସାରଜାରେ ଦ୍ବିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟରେ ମ୍ୟାଚ ଖେଳାଯିବ। ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ ୮ଟି ମ୍ୟାଚରୁ ୬ଟି ବିଜୟ ଓ ୨ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି। ଶ୍ରେୟସ,ଧାୱନ ଓ ମାର୍କୋସ ଷ୍ଟୋଇନିସ୍‌ ଚମତ୍କାର ଫର୍ମରେ ରହିଛନ୍ତି। ବୋଲିଂରେ କାଗିସୋ ରାବଡା ୧୮ଟି ୱିକେଟ ନେଇ ଆଗରେ ରହିଥିବାବେଳେ ଅନରିଚ୍‌ ନ୍ୟୋର୍ଜ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ପ୍ରଥମ ମ୍ୟାଚରେ ଦଳ ଚେନ୍ନଇ ସୁପରକିଙ୍ଗ୍‌ସକୁ ୪୪ରନରେ ପରାଜିତ କରିଥିଲା। ଏହି ସଫଳତା ବଜାୟ ରଖିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୮ଟି ମ୍ୟାଚରୁ ୩ଟି ବିଜୟ ଓ ୫ଟି ପରାଜୟ ସହ ୬ ପଏଣ୍ଟ ହାସଲ କରିଛି। ଦଳକୁ ପ୍ଳେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦିଲ୍ଲୀ ବିପକ୍ଷ ମ୍ୟାଚ ବିଜୟର ଆବଶ୍ୟକତା ରହିଛି। ପ୍ରଥମ ମ୍ୟାଚର ତ୍ରୁଟିକୁ ସୁଧାରି ଦଳ ଦିଲ୍ଲୀ ବିପକ୍ଷରେ ବିଜୟ ସହ ଆଗକୁ ବଢିବା ଲକ୍ଷ୍ୟ ରଖିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories