www.samajalive.in
Monday, December 8, 2025
13.1 C
Bhubaneswar

୨୨ ମହଲା ଛାତରେ ଖେଳ ଦେଖାଇ ଯୁବକ ଗିରଫ

ମୁମ୍ବଇ: ଅଟ୍ଟାଳିକାର ୨୨ ମହଲାର ସଂକୀର୍ଣ୍ଣ କାନ୍ଥ ଉପ​‌ରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ନୋମାନ ଡି’ସୌଜା ନାମକ ଏହି ଯୁବକ ପଶ୍ଚିମ ମୁମ୍ବଇର କାଣ୍ଡିଭାଲିସ୍ଥିତ ଭାରତ ଏସ୍‌ଆରଏ ଅଟ୍ଟାଳିକାର ୨୨ ମହଲା କାନ୍ଥ ଧାରରେ ଦୁଇ ବନ୍ଧୁଙ୍କ ସହିତ ଅତି ବିପଜ୍ଜନକ ଭାବେ ବସି ମୃଦୁ ପାନୀୟ ପିଇବା ଓ ଗୋଡ଼ ଉପରକୁ ଟେକି ଦୁଇ ହାତରେ ଛିଡ଼ା ହେବା ଓ ଲମ୍ପ ପ୍ରଦାନ କରିବା ସହିତ ବିଭିନ୍ନ କୌଶଳ ପ୍ରଦର୍ଶନ କରିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ସେ ଦୁଇ ଫୁଟ ପ୍ରସ୍ତ ବିଶିଷ୍ଟ କାନ୍ଥରେ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଥିବାବେଳେ ବନ୍ଧୁମାନେ ଏହାର ସୁଟିଂ କରୁଥିଲେ।

ଏହି ଘଟଣାରେ ପୁଲିସ ଡି’ସୌଜାଙ୍କ ବିରୋଧରେ ଏତଲା ଦାୟର କରିବା ସହ ଶୁକ୍ରବାର ତାଙ୍କୁ ଗିରଫ କରିଛି; କାରଣ ସେଲ୍‌ଫି ନେବା ଉଦ୍ଦେଶ୍ୟରେ ଚଳନ୍ତା ରେଳଧାରଣାରେ ଏଭଳି ଦୁଃସାହସ ପ୍ରଦର୍ଶନ କରିବାକୁ ଯାଇ ୨୦୧୮ରେ ହାଇଦରାବାଦଠାରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଭଳି କେତେକ ଘଟଣା ପରେ ପୁଲିସ କଡ଼ା ଆଭିମୁଖ୍ୟ ପୋଷଣ କରିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories