www.samajalive.in
Monday, December 8, 2025
27.1 C
Bhubaneswar

ମଥୁରାରୁ ହଟିବ ମସ୍‌ଜିଦ!

ମଥୁରା: ଅଯୋଧ୍ୟାରେ ବାବରୀ ମସ୍‌ଜିଦ ଭଙ୍ଗାଯାଇ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ ସହିତ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଥିବା ମସ୍‌ଜିଦ ହଟାଇବା ଅଭିଯାନ ଜୋର୍‌ ଧରିଛି। ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଓ ସାହି ଇଦ୍‌ଗା ପରିଚାଳନା କମିଟି ମଧ୍ୟରେ ସମ୍ପୃକ୍ତ ଜମିକୁ ନେଇ ଚାଲିଥିବା ମାମଲା ମଥୁରାର ସ୍ଥାନୀୟ ଏକ ଅଦାଲତ ଖାରଜ କରିଦେଇଥିଲେ। ଶୁକ୍ରବାର ସ୍ଥାନୀୟ ଜିଲା ଅଦାଲତରେ ଏ ସଂକ୍ରାନ୍ତ ଆଉ ଏକ ମାମଲା ରୁଜୁ ହେବାସହ ଏହା ବିଚାର ପାଇଁ ଗୃହୀତ ହୋଇଛି। ଶ୍ରୀକୃଷ୍ଣ ଜନ୍ମସ୍ଥାନ ଜମିରେ ମସ୍‌ଜିଦ ନିର୍ମିତ ହୋଇଥିବାରୁ ଏହାକୁ ହଟାଯିବା ଆବଶ୍ୟକ ବୋଲି ଏହି ମାମଲାରେ ଦର୍ଶାଯାଇଛି। ଜିଲା ଜଜ୍‌ ସାଧନାରାଣୀ ଠାକୁର ଏହାର ଶୁଣାଣି ନଭେମ୍ବର ୧୮କୁ ଧାର୍ୟ୍ୟ କରିଛନ୍ତି।

କାତ୍ରା କେଶବ ଦେବ ମନ୍ଦିରର ୧୩ଏକର ଜମିରେ ସପ୍ତଦଶ ଶତାବ୍ଦୀ​‌ରେ ଏହି ମସ୍‌ଜିଦ ନିର୍ମିତ ହୋଇଛି। ୧୯୬୮ରେ ଉଭୟ ସଂଗଠନ ମଧ୍ୟରେ ଜମି ବିବାଦର ସମାଧାନ ପାଇଁ ହୋଇଥିବା ଚୁକ୍ତିିରେ ସଂଶୋଧନ ସହିତ ମସ୍‌ଜିଦ ହଟାଇବା ପାଇଁ ପୂର୍ବରୁ ଆବେଦନ ହୋଇଥିଲା; ଯାହାକି ଖାରଜ ହୋଇଯାଇଥିଲା। ପରେ ଗତ ମାସରେ ‘ଭଗବାନ ଶ୍ରୀକୃଷ୍ଣ ବିରାଜମାନ’ ପକ୍ଷରୁ ଆଇନ ସହାୟତା ସଂଗଠନ ‘ନେକ୍ସଟ୍‌ ଫ୍ରେଣ୍ଡ’ ମାଧ୍ୟମରେ ରଞ୍ଜନା ଅଗ୍ନିହୋତ୍ରି ଓ ଅନ୍ୟ ୭ଜଣ ସାନି ମାମଲା ଦାୟର କରିଛନ୍ତି। ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ, ସାହି ମସ୍‌ଜିଦ ଇଦ୍‌ଗା ଟ୍ରଷ୍ଟ ଏହାର ପ୍ରତିବାଦୀ ଅଛନ୍ତି।

- Advertisement -

ଅପରପକ୍ଷରେ ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭା ମୁଖ୍ୟ ମହେଶ ପାଠକ ଅନ୍ୟ ଏକ ମାମଲା ରୁଜୁ ପୂର୍ବକ ଅଯଥାରେ ମଥୁରାରେ ମନ୍ଦିର-ମସ୍‌ଜିଦ ପ୍ରସଙ୍ଗ ଉଠାଇ ଶାନ୍ତି ଓ ସଦ୍‌ଭାବ ଭଙ୍ଗ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories