ସାକ୍ଷୀଗୋପୀନାଥଙ୍କ ପବିତ୍ର ଚନ୍ଦନ ପୋଖରୀ ପାଣି ବିଷାକ୍ତ!

0

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀ ସାକ୍ଷୀଗୋପୀନାଥଙ୍କ ପବିତ୍ର ଚନ୍ଦନ ପୋଖରୀ ପାଣି ବିଷାକ୍ତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରକାରର ମାଛ ରୋହି ,ଭାକୁର ଆଦି ମରି ଦୁଇ ଦିନ ଧରି ଭାସୁଥିବାର ଦେଖାଯାଇଛି । ମାଛ ଗୁଡିକ ପଚିଯାଇ ପୋଖରୀ ପରିସର ଦୁର୍ଗନ୍ଧ ହେଉଛି ।ଏହି ପୋଖରୀରେ ଠାକୁରଙ୍କର ଚନ୍ଦନ ଯାତ୍ରା ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଏହାକୁ ପବିତ୍ର ଜଳ ଭାବରେ ବ୍ୟବହାର କରିଥାନ୍ତି। ମାତ୍ର ପୋଖରୀ ପାଣିରେ ମଲା ମାଛ ପଚି ଦୁର୍ଗନ୍ଧ ହେଉଥିବାରୁ ପୋଖରୀ ପାର୍ଶ୍ୱରେ ଥିବା ଦୋକାନୀ ମାନେ ଦୋକାନ ବନ୍ଦ କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗହୀରରୁ ପାଣି ଖଲାସ କରିବା ପାଇଁ କରାଯାଇଥିବା ଖଲାସୀ ନାଳକୁ ପୋଖରୀ ସହିତ ସଂଯୁକ୍ତ କରାଯାଇଥିଲା । ଗହୀର ବିଲରୁ ଆବର୍ଜନା, ରାସାୟନିକ ସାର ବିଷ ଆଦି ଜଳସ୍ରୋତରେ ଆସି ପୋଖରୀ ପାଣିକୁ ବିଷାକ୍ତ କରିଦେଉଥିବା ଅଭିଯୋଗ ହୋଇଛି । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଜନସାଧାରଣ ପକ୍ଷରୁ ଦାବି କରାଯାଇଛି।

Leave A Reply