www.samajalive.in
Saturday, December 13, 2025
21.1 C
Bhubaneswar

ମହିଳା ବକ୍ସର ଲଭ୍‌ଲିନାଙ୍କୁ କରୋନା, ଇଟାଲୀ ଗସ୍ତରୁ ବାଦ୍

ନୂଆଦିଲ୍ଲୀ : ବିଶ୍ବ ବକ୍ସିଂ ଚମ୍ପିଆନ୍‌ସିପରେ ଦୁଇଟି ବ୍ରୋଞ୍ଜ୍‌ ପଦକ ଜିତିଥିବା ଭାରତୀୟ ମହିଳା ବକ୍ସର ଲଭ୍‌ଲିନା ବୋର୍ଗୋହାନ୍‌ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୧୬ ଜଣ ଭାରତୀୟ ବକ୍ସର ଇଟାଲୀ ଯାଇ ଅଭ୍ୟାସ କରିବା ସହ ସେଠାରେ ଆୟୋଜିତ କେତେକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଅନୁମତି ପ୍ରଦାନ କରିଥିଲା। ଏହି ବକ୍ସରଙ୍କ ମଧ୍ୟରେ ଲଭ୍‌ଲିନା ରହିଥିଲେ। ତେବେ ବକ୍ସରଙ୍କ ବିଦେଶ ଗସ୍ତ ପୂର୍ବରୁ କରାଯାଇଥିବା କୋଭିଡ୍‌ ପରୀକ୍ଷାରୁ ଲଭ୍‌ଲିନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ ସେ ଇଟାଲୀ ଗସ୍ତରୁ ବାଦ୍‌ ପଡ଼ିଥିବା ସାଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଇଟାଲୀ ଗସ୍ତ ପୂର୍ବରୁ ଲଭ୍‌ଲିନା ଆସାମରେ ରହୁଥିବା ନିଜ ଅସୁସ୍ଥ ମା’ଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ସେ କାହା ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ସୂଚନାଥାଉକି ତାରକା ମହିଳା ବକ୍ସର ଏମ୍‌ସି ମେରି କମ୍‌ ଅସୁସ୍ଥତା ଓ ପୁରୁଷ ଚମ୍ପିଆନ୍‌ସିପରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ମନୀଷ କୌଶିକ ଆଘାତଜନିତ କାରଣରୁ ଇଟାଲୀ ଗସ୍ତରେ ଯିବେ ନାହିଁ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories