www.samajalive.in
Thursday, December 11, 2025
15.1 C
Bhubaneswar

ଚାକିରି ଗଲେ ୩ ମାସ ପର୍ଯ୍ୟନ୍ତ ସରକାର ଦେବେ ୫୦% ସହାୟତା

କରୋନା ସମୟରେ ଚାକିରି ଗଲେ ସରକାର ବେତନର ୫୦% ସହାୟତା ୩ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ । ଏହି ସମୟରେ ନୂଆ ନିଯୁକ୍ତି ପାଇଲେ ମଧ୍ୟ ଏହି ସହାୟତା ଜାରି ରହିବ । ତେବେ ଏଥିପାଇଁ ଚାକିରି ହରାଇଥିବା କର୍ମଚାରୀଙ୍କୁ ରାଜ୍ୟ ବୀମା ନିଗମ (ଇଏସଆଇସି) ସହ ସଂଯୁକ୍ତ ହେବାକୁ ପଡ଼ିବ । ବେକାରୀ ରିଲିଫ୍ ଅଧୀନରେ ଏହି ସହାୟତା ମିଳିବ ।

ଏହି ଯୋଜନା ନିମନ୍ତେ ସରକାର ଖୁବ ଶୀଘ୍ର ଅଟଳ ବୀମାଭୁକ୍ତ କଲ୍ୟାଣ ଯୋଜନା (ABKY) ପାଇଁ ଏକ ବଡ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ସରକାରଙ୍କ ଯୋଜନା ହେଉଛି ଏହାକୁ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚାଇବା ଯାହା ଦ୍ବାରା ଅନେକ ଲୋକ ଏହାର ଲାଭ ପାଇପାରିବେ। ଏଥିପାଇଁ ସରକାର ୪୪ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ।   ଯଦି ଜଣେ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ  ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନାରେ ପଞ୍ଜିକରଣ କରିବାକୁ ପଡିବ | ଏହି ଯୋଜନା ପାଇଁ କର୍ମଚାରୀ ରାଜ୍ୟ ବୀମା ନିଗମ ୱେବସାଇଟକୁ ଯାଇ ଡାଉନଲୋଡ୍ କରି ଆବେଦନ କରିପାରିବେ |

- Advertisement -

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ସୁବିଧା  ଡିସେମ୍ବର ପର୍ଯ୍ୟନ୍ତ ଏହି ସୁବିଧା ମିଳିପାରିବ। ଡିସେମ୍ବର ସୁଦ୍ଧା ଯଦି ଆପଣଙ୍କର ଚାକିରି ଚାଲିଯାଏ ତେବେ ଜଣେ ବ୍ୟକ୍ତି ଏହି ସୁବିଧା ପାଇପାରିବେ ।  ବିଶେଷ ଭାବରେ ଯେଉଁମାନେ ଇଏସଆଇସି ବୀମାଭୁକ୍ତ ହୋଇଛନ୍ତି ସେମାନେ ଏହି ସୁବିଧା ପାଇବାକୁ ହକଦାର ।  ସେପ୍ଟେମ୍ବର ମାସରେ, ESIC ଅଟଳ ବୀମାଭୁକ୍ତ କଲ୍ୟାଣ ଯୋଜନାକୁ ୨୦୨୦ ଜୁଲାଇ ୧ ରୁ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା। ନୂତନ ସାମାଜିକ ସୁରକ୍ଷା ସଂହିତା ଅଧିନିୟମ ଅନୁଯାୟୀ, ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଏହା ଦେଶର ସମସ୍ତ୭୪୦ ଜିଲ୍ଲାକୁ ଇଏସଆଇସିର ସେବା ପରିସରକୁ ବୃଦ୍ଧି କରିବ । କେନ୍ଦ୍ର ସରକାରଙ୍କ ନିଯୁକ୍ତି ଓ ଶ୍ରମ ମନ୍ତ୍ରଣାଳୟର ଜଣେ  ଅଧିକାରୀ କହିଛନ୍ତି ଯେ ଏଥିପାଇଁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପଞ୍ଜୀକୃତ ଡାକ୍ତରଖାନା ଏବଂ ତୃତୀୟ ପକ୍ଷ ସେବା ପ୍ରଦାନକାରୀଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। କିନ୍ତୁ  ଯଦି  ଖରାପ ଆଚରଣ, ବ୍ୟକ୍ତିଗତ କାରଣ କିମ୍ବା ଆଇନଗତ ସମସ୍ୟା ଯୋଗୁଁ ଜଣେ ବ୍ୟକ୍ତି କାର୍ଯ୍ୟ ହରାଇଥାଆନ୍ତି ତେବେ  ଏହି ଯୋଜନା ଲାଭ ମିଳିବ ନାହିଁ  | ଇଏସଆଇସି ର ଡାଟା ଆଧାରରେ ବୀମାଭୁକ୍ତ ବ୍ୟକ୍ତିଙ୍କ ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ କରାଯାଇଥିଲେ ଏହି ସହାୟତା ମିଳିପାରିବ ।  ସର୍ତ୍ତ ଅନୁଯାୟୀ ଚାକିରି ହରାଇବାର ୩୦ ଦିନ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ପୂର୍ବରୁ ଆବେଦନ ସମୟ ୯୦ ଦିନ ଓ ସହାୟତା ପରିମାଣ ଦରମାର ୨୫% ରହିଥିଲା । ଏବେ ଆବେଦନ ସମୟ ୩୦ ଦିନକୁ ହ୍ରାସ କରାଯାଇଛି ଏବଂ ସହାୟତା ପରିମାଣ ୫୦%କୁ ବୃଦ୍ଧି କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories