www.samajalive.in
Tuesday, December 9, 2025
17.1 C
Bhubaneswar

ରାସ୍ତା ମଝିରେ ଫସିଲା ଗୋରୁ ବୋଝେଇ କଂଟେନର : ୧୩ ଗୋରୁ ମୃତ

ଦେବଗଡ଼ : ବେଆଇନ ଗୋରୁ ଚାଲାଣ ବେଳେ ଏକ ଗୋରୁ ବୋଝେଇ କଂଟେନର ମୁମ୍ବାଇ-କୋଲକାତା ସଂଯୋଗକାରୀ ନିର୍ମାଣାଧିନ  ୪୯ ନମ୍ବର କାତୀୟ ରାଜପଥ ମଝିରେ ଫସିଯାଇ ନଇଁ ପଡିବାରୁ ୧୩ ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ପ୍ରାୟ ୨୮ଟି ଗୋରୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରୀ ପ୍ରାୟ ୨ଟାରୁ ୩ଟା ସମୟ ମଧ୍ୟରେ ସମ୍ବଲପୁର ପଟୁ ଦେବଗଡ ଆଡକୁ ଆସୁଥିବା ଏକ କଂଟେନର ରିଆମାଳ ଥାନା ତଥା କଂସର ଫାଣ୍ଡି ଅନ୍ତର୍ଗତ ଗୁଣ୍ଡେଇମରା ଗ୍ରାମ ନିକଟସ୍ଥ ନିର୍ମାଣାଧିନ  ୪୯ ନମ୍ବର କାତୀୟ ରାଜପଥ ମଝିରେ ହିଁ ଫସିଯାଇ ନଇଁ ପଡିଥିଲା। ଫଳରେ କଂଟେଟର ମଧ୍ୟରେ ଅତ୍ୟନ୍ତ ଅମାନୁଷିକ ଓ ଅସୁରକ୍ଷିତ ଭାବେ ବନ୍ଧାଯାଇଥିବା ୪୧ଟି ଗୋରୁ ମଧ୍ୟରୁ ୧୩ଟିର ମୃତ୍ୟୁ ଘଟିଥିଲା। ସେହିପରି ଅନ୍ୟ ୨୮ଟି ଗୋରୁ ଅଳ୍ପେ ବହୁତେ ଆହତ ହୋଇଥିଲେ। ଆଜି ପ୍ରତ୍ୟୁଷରେ ଗୁଣ୍ଡେଇମରା ଗ୍ରାମର କେତେକ ଲୋକ ଏହା ଦେଖି କଂଟେନର ମଧ୍ୟରେ ଅମାନୁଷିକ ଭାବେ ବନ୍ଧାଯାଇଥିବା ଅବସ୍ଥାରେ ଗୁରୁତର ଆହତ ହୋଇଥିବା ଗୋରୁଙ୍କୁ ଉଦ୍ଧାର କରି ତଳକୁ ଆଣିବା ସହ ଏ ସମ୍ପର୍କରେ କଂସର ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ କଂସର ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ବେହେରା ସଦଳବଳେ ସେଠାକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତୀଥିବା ଆହତ ଗୋରୁ ମାନଙ୍କୁ ଗ୍ରାମବାସୀଙ୍କ ହେପାଜତରେ ରଖିଥିବା ଜଣାପଡିଛି। ତେବେ ସେଠାରେ ଉକ୍ତ କଂଟେନରର ଚାଳକ କିମ୍ବା ଖଲସୀ କେହି ହେଲେ ଉପସ୍ଥିତ ନଥିବାରୁ ଉକ୍ତ ଗୋରୁ ଗୁଡିକୁ କେଉଁଠାରୁ କେଉଁଠିକି ନିଆଯାଉଥିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଅନ୍ୟପକ୍ଷରେ ଉକ୍ତ କଂଟେନରରେ ଗୋରୁ ଚାଲାଣ ସମ୍ବନ୍ଧିତ କୌଣସି କାଗଜ ପତ୍ର ନଥିବାରୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ କଂଟେନରଟି ରାସ୍ତା ଉପରେ ଫସିଯାଇଥିବା ପୁଲିସ ଅନୁମାନ କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories