www.samajalive.in
Thursday, December 11, 2025
16.1 C
Bhubaneswar

ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା, ଆଶା ଦିଦିଙ୍କ ଭରସାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର

ଫୁଲବାଣୀ : କନ୍ଧମାଳ ଜିଲା ବାରଖମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବାଟାଗୁଡ଼ା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକାଂଶ ସମୟରେ ଝୁଲୁଛି ତାଲା। ଫଳରେ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବା ପାଇବାରେ ବଂଚିତ ହେଉଛନ୍ତି। ଏଭଳି ସ୍ଥଳେ ସଂପୃକ୍ତ ଅଞ୍ଚଳର ଆଶା ଦିଦିଙ୍କ ଭରସାର ଏବେ ଅଞ୍ଚଳବାସୀ। ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ଦିଗରେ ପଦକ୍ଷେପ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବାଟାଗୁଡ଼ା ପଂଚାୟତର ରାସ୍ତାକଡ଼ରେ ଅବସ୍ଥିତ ଏହି ଉପସ୍ୱାସ୍ଥ୍ୟକେନ୍ଦ୍ର। ପଂଚାୟତର ପ୍ରାୟ ୬ ହଜାର ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ତେବେ ରାସ୍ତାକଡ଼ରେ ଉପସ୍ଥିତ ଥିଲେ ମଧ୍ୟ କେତେବେଳେ ତାହା ଖୋଲା ଓ କେତେବେଳେ ବନ୍ଦ ରହୁଛି ତାହା ଅଞ୍ଚଳବାସୀ ଜାଣିପାରୁନାହାନ୍ତି। ଫଳରେ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି। ତେବେ ଉକ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ନିୟୋଜିତ ଥିବା ଏ.ଏମ୍.ଏମ୍ ସେଠାରେ ରହୁ ନ ଥିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ରହିଛି ଓ ରୋଗୀ ହନ୍ତସନ୍ତ ହେଉଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଶେଷ କରି ପ୍ରସୂତି ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଆଶା ଦିଦିଙ୍କର ଭରସାରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଚାଲିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ଉକ୍ତ ଉପସ୍ୱାସ୍ଥ୍ୟକେନ୍ଦ୍ରରେ, ଭଳି ସମସ୍ୟା ଯୋଗୁଁ ଅଞ୍ଚଳବାସ ଅଭିଯୋଗ ପରେ ଏ.ଏନ୍.ଏମ୍ କିଛି ଦିନ ଠିକ୍ ଭାବେ ସ୍ୱାସ୍ଥ୍ୟସେବା ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ପୁଣିଥରେ ପୂର୍ବପରିସ୍ଥିତି ଉପଜୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ପୁଣି ହୋଇଥିବା ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ବାରଖମା ମେଡ଼ିକାଲ ଅଧିକାରୀ ଡ଼.ଅଭିନନ୍ଦନ। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କଲେ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଅଶା କରାଯାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories