www.samajalive.in
Saturday, December 13, 2025
27.1 C
Bhubaneswar

କମିଶନରେଟ୍ ପୋଲିସର ନୂଆ ଯୋଜନା ‘ଦାଦାବଟିକୁ ନା’, ପୁରସ୍କୃତ ହେବେ ସୂଚନାଦାତା

ଭୁବନେଶ୍ବର: ପାର୍ବଣ ଋତୁରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ। ଏହା ସହିତ ଅନେକ ଅସାମାଜିକ ବ୍ୟକ୍ତି ଦାଦାବଟି ସଂଗ୍ରହ କରିଥାନ୍ତି। ଯେଉଁମାନେ ଦାଦାବଟି ଦେବା ପାଇଁ ଅରାଜି ହୁଅନ୍ତି ସେମାନଙ୍କୁ ମାରପିଟ୍‌ ସାଙ୍ଗକୁ ମରଣାନ୍ତକ ଆକ୍ରମଣ ଏବଂ ବେଳେବେଳେ ହତ୍ୟା କରାଯାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି କଟକ ଓ ଭୁବନେଶ୍ବର ସହରରେ ଦାଦାବଟି କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏଥିରେ ରୋକ୍‌ ଲଗାଇବା ପାଇଁ କମିଶନରେଟ୍‌ ପୁଲିସ ଏକ ଅଭିନବ ଯୋଜନା ହାତକୁ ନେଇଛି। କଟକ ଓ ଭୁବନେଶ୍ବର ସହରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ କମିଶନରେଟ୍ ପୋଲିସ୍ ପକ୍ଷରୁ ଆରମ୍ଭ କରାଯାଇଛି। ଦାଦାବଟି ସଂଗ୍ରହ କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ସମ୍ପର୍କରେ ଯେଉଁମାନେ ସୂଚନା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ। କମିଶନରେଟ୍‌ ପୁଲିସ ପକ୍ଷରୁ ତତ୍କାଳ ଅସାମାଜିକ ବ୍ୟକ୍ତିଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆବଶ୍ୟକସ୍ଥଳେ ସେମାନଙ୍କୁ ରାଜ୍ୟ ବାହାରକୁ ତଡ଼ିପାର ମଧ୍ୟ କରାଯାଇପାରେ ବୋଲି ଜଣାପଡ଼ିଛି। ସୂଚନାଦାତା ଫୋନ୍‌, ମୋବାଇଲ୍‌ ଫୋନ୍, ଏସ୍‌ଏମ୍‌ଏସ୍‌, ହ୍ବାଟ୍‌ସଆପ୍ ଆଦିରେ ଅଭିଯୋଗ କରିପାରିବେ। ଦାଦାବଟି ଅଭିଯୋଗ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହେବ। ଦାଦାବଟି ମାଗିଥିବା ଅଭିଯୁକ୍ତଙ୍କୁ ତଡ଼ିପାର କରାଯିବ ବୋଲି କଡ଼ା ଭାଷାରେ କମିଶନରେଟ୍‌ ପୁଲିସ ପକ୍ଷରୁ ତାଗିଦ୍ କରାଯାଇଛି।
‘ଦାଦାବଟିକୁ ନା’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପୁଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ କହିଛନ୍ତି ଯେ ଟ୍ୟୁଇନ୍‌ ସିଟି କଟକ-ଭୁବନେଶ୍ବରରେ ଦାଦାବଟି ଆଦାୟକୁ ପ୍ରଶୟ ଦିଆଯିବ ନାହିଁ। ଏହାକୁ ବନ୍ଦ କରିବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ। ଏହି ହେଲ୍ପ ନମ୍ବରରେ ଲୋକେ ପୁଲିସକୁ ଗୋପନରେ ସୂଚନା ଦେଇପାରିବେ। ଯେଉଁ ଲୋକ ସୂଚନା ଦେବେ ସେମାନଙ୍କ ନାମ ଗୋପନ ରଖାଯିବା ସହ ତାଙ୍କୁ ପୁରଷ୍କୃତ କରାଯିବା। ଦାଦାବଟି ସଂଗ୍ରହ ସମ୍ପର୍କରେ ସୂଚନା ପାଇବା ପରେ କମିଶନରେଟ୍‌ ପୁଲିସ ପ୍ରଶାସନ ତତ୍କାଳ ପଦକ୍ଷେପ ଗ୍ରହଣ କରିବ ଏବଂ ଦାଦାବଟି ସଂଗ୍ରହ କରୁଥିବା ଅସାମାଜିକଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଆବଶ୍ୟକ ପଡିଲେ ସେମାନଙ୍କୁ ରାଜ୍ୟରୁ ତଡିପାର କରାଯିବ। ଏଥିପାଇଁ ବିଶେଷକରି ବିଲ୍ଡର, ଠିକାଦାର, ଓ ଉଠାଦୋକାନୀ କମିଶନରେଟ୍‌ ପୁଲିସକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଦାଦାବିଟି ରୋକିବା ପାଇଁ ପ୍ରତି ୧୫ ଦିନରେ ଥାନା ସ୍ତରରେ ଓ ଡିସିପିଙ୍କ ସ୍ତରରେ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ବୈଠକରେ କାର୍ଯ୍ୟକ୍ରମର ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories