www.samajalive.in
Saturday, December 13, 2025
27.1 C
Bhubaneswar

ଫସଲ ବୀମା ପ୍ରିମିୟମ ଟଙ୍କା ହଡପ; ଜନସେବା କେନ୍ଦ୍ର ଦ୍ୱାରା ଠକେଇର ଶିକାର ହେଲେ ଚାଷୀ

ଦେବଗଡ଼ : ବାରକୋଟ ବ୍ଲକ ଅନ୍ତର୍ଗତ ବସାଲଇ ଗ୍ରାମ ପଂଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ନିମନ୍ତେ ସେଠାକାର ଜନସେବା କେନ୍ଦ୍ରରେ ରେକର୍ଡ ଜମିର ଖତିଆନ( ନକଲ) ସହ ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ଓ ଟଙ୍କା ଦାଖଲ କରିଥିଲେ ହେଁ ସେମାନଙ୍କର ଫସଲ ବୀମା କରାଯାଇନଥିବା ଜଣାପଡିଛି। ଉପରୋକ୍ତ ଚାଷୀମାନେ ଆବଶ୍ୟକ କାଗଜପତ୍ର ଓ ଟଙ୍କା ପ୍ରଦାନ କରି ମଧ୍ୟ ଠକେଇର ଶିକାର ହୋଇଥିବା ଜାଣିପାରି ଏ ସମ୍ପର୍କରେ ଆଜି ଦେବଗଡ ଥାନାକୁ ଆସି ସମ୍ପୃକ୍ତ ଜନସେବା କେନ୍ଦ୍ର ବିରୁଦ୍ଧରେ ଲିଖିତ ଅଭିଯୋଗ କରିବାସହ ଏହାର ନକଲ ଦେବଗଡ ଜିଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡିଛି।

ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ୨୦୧୯-୨୦ ମସିହାରେ ତିଲେଇବଣି ବ୍ଲକ ଅନ୍ତର୍ଗତ ଛେପିଲପାଲି ଗ୍ରାମର ବରୂଣ ମହାନନ୍ଦ ନାମକ ଜଣେ ଯୁବକ ବସାଲଇ ଗ୍ରାମ ପଂଚାୟତରେ ଏକ ଜନସେବା କେନ୍ଦ୍ର ଖୋଲି ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଆସୁଥିଲେ। ମାତ୍ର ପରବର୍ତ୍ତି ସମୟରେ ବସାଲଇ ପଂଚାୟତ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମର ପ୍ରଦୀପ ସିଂ ନାମକ ଅନ୍ୟ ଜଣେ ଯୁବକ ବସାଲଇ ଗ୍ରାମରେ ଖୋଲି ଏହାକୁ ଚଳାଉଥିଲେ। ତେବେ ସମ୍ପୃକ୍ତ ପଂଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବ ପାଇଁ ଉକ୍ତ ଜନସେବା କେନ୍ଦ୍ରରେ ରେକର୍ଡ ଜମିର ଖତିଆନ(ନକଲ) ସହ ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ଓ ଟଙ୍କା(ପ୍ରିମିୟମ)ଜମା କରିଥିଲେ ହେଁ ଚାଷୀମାନଙ୍କୁ ରସିଦ ପ୍ରଦାନ କରାଯାଇନଥିଲା। ଚାଷୀମାନେ ରସିଦ ଦାବୀ କରିବାରୁ କାହାକୁ ପରେ ଏହା ପ୍ରଦାନ କରାଯିବ ବୋଲି ଦିନି ଗଡାଇଚାଲିବା ସହ ଅନ୍ୟ କେତେକଙ୍କୁ ନକଲି ରସିଦ ପ୍ରଦାନ କରାଯାଇ ସେମାନାଙ୍କର ଅର୍ଥକୁ ହଦପ କରାଯାଇଥିଲା। ଫଳରେ କ୍ଷତିଗ୍ରସ୍ତ ଚାଷୀମାନେ ଫସଲ କ୍ଷୟକ୍ଷତି ଜନିତ ବୀମାରାଶି ପାଇବାରୁ ବଂଚିତ ହେବା ସହ ପରିବାର ପ୍ରତିପୋଷଣରେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ସେମାନଙ୍କୁ ଫସଲ ବୀମା ନମିଳିବାର କାରଣ ଖୋଜିଥିଲେ। ତେବେ ସେମାନେ ଉକ୍ତ ଜନସେବା କେନ୍ଦ୍ର ଦ୍ୱାରା ଠକେଇର ଶିକାର ହୋଇ ଏଭଳି ସମସ୍ୟାର ସମ୍ମୁଖିନ ହୋଇଥିବା ଜାଣିବାକୁ ପାଇ ନିରାଶ ହୋଇପଡିବାସହ ଆଜି ମିଳିତ ଭାବେ ଦେବଗଡ ଥାନାକୁ ଆସି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହ ଏହାର ନକଲ ଦେବଗଡ ଜିଲାପାଳଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ଏ ଘଟଣା ଦେବଗଡ ଜିଲାର ଚାଷୀ ମହଲରେ ମୂଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories