www.samajalive.in
Wednesday, December 10, 2025
23.1 C
Bhubaneswar

ସାଂସ୍କୃତିକ ସମାରୋହ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ

ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ‘ସାଂସ୍କୃତିକ ସମାରୋହ ଏବଂ କାର୍ୟ୍ୟକ୍ରମ’ ଆୟୋଜନ ଲାଗି ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ନିର୍ଦ୍ଦେଶାବଳୀ ପାଳନ ସମୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ।

ଥିଏଟର ଓ ପ୍ରଦର୍ଶନୀ ସ୍ଥଳୀ ପରିଚାଳକ, ମନୋରଞ୍ଜନ ସଂସ୍ଥା, କଳାକାର ଏବଂ ଅନ୍ୟ ସଦସ୍ୟମାନେ ଏହି ନିର୍ଦ୍ଦେଶାବଳୀ ପାଳନ କରିବେ। କୌଣସି ସଭାମଣ୍ଡପ କିମ୍ବା ଅନ୍ୟ କୌଣସି ଖୋଲା ଓ ନିବୁଜ ପ୍ରଦର୍ଶନସ୍ଥଳୀରେ କାର୍ଯ୍ୟକ୍ରମ ପରିଚାଳନା ସମୟରେ ଏହା ପାଳନ କରାଯିବ। କଳାକାର ଏବଂ ଅନ୍ୟ ସଦସ୍ୟ, ଗ୍ରୀନ ରୁମ ପରିଚାଳନା କର୍ତ୍ତୃପକ୍ଷ, ମଞ୍ଚ ପରିଚାଳନା କର୍ତ୍ତୃପକ୍ଷ, କଷ୍ଟ୍ୟୁମ ଓ ମେକଅପ ଟ୍ରାଏଲ ମଞ୍ଚ, ମୁକ୍ତ ବସିବା ସ୍ଥାନ ଆଦି ସମେତ ସମାରୋହ ସ୍ଥଳୀର ସାନିଟାଇଜେସନ ପାଇଁ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି।

- Advertisement -

ଏହା ବ୍ୟତୀତ କୋଭିଡ-୧୯ ପରିଚାଳନା ପାଇଁ ଜାତୀୟ ମାର୍ଗଦର୍ଶିକା ଏବଂ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ ଲାଗୁ ଗାଇଡଲାଇନକୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯିବ।

ଏହି ନିର୍ଦ୍ଦେଶାବଳୀରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ହେଉଛି –
୧ – ନିବୁଜ ସ୍ଥାନରେ ସଭାଗୃହର ୫୦% କ୍ଷମତା ସହିତ ଜନସମାବେଶକୁ ଅନୁମତି ମିଳିବ, ଯାହାକି ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହିବ
୨ – ଫେସ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରିବା ଏବଂ ହାତ ସଫା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ
୩ – ଖୋଲା ସ୍ଥାନରେ, ସମାବେଶ ସ୍ଥଳୀ/ପଡ଼ିଆର ଆକାରକୁ ଦୃଷ୍ଟିରେ ରଖି ତଥା ଫେସମାସ୍କ, ଥର୍ମାଲ ସ୍କାନିଂ ଏବଂ ହାତସଫା ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇ ଜନସମାବେଶକୁ ଅନୁମତି ଦିଆଯିବ
୪ – ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଜନସମାବେଶ ନିୟନ୍ତ୍ରଣ କରିବା ଲାଗି ନିଜସ୍ୱ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବେ ଏବଂ କଡ଼ାକଡ଼ି ଭାବେ ଲାଗୁ କରିବେ

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories