www.samajalive.in
Saturday, December 6, 2025
23.1 C
Bhubaneswar

ବ୍ରାହ୍ମଣୀ ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଦେବଗଡ଼ : ଆଜି ସଂଧ୍ୟାରେ ବାରକୋଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧ ପାଣିରେ ବୁଡିଯାଉଥିବା ବେଳେ କେତେକ ମତ୍ସ୍ୟଜୀବୀ ତାଙ୍କୁ ଡଙ୍ଗା ସହୟତାରେ ଉଦ୍ଧାର କରି କୂଳକୁ ଆଣିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ତାଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିଲେ ହେଁ ସେ ପିନ୍ଧିଥିବା ସାର୍ଟ ପକେଟରୁ ମିଳିଥିବା ପ୍ରେସକ୍ରିପ୍ଟନରୁ ତାଙ୍କର ନାମ ଡିଲେଶ୍ୱର ମହାକୁଳ(୬୮) ଏବଂ ସେ ସୁନ୍ଦରଗଡ ଜିଲା ଲହୁଣିପଡା ଅଂଚଳର ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ସେ ପାଣିରେ ବୁଡିଯାଉଥିଲେ ତାହା ସ୍ପଷ୍ଟ ହୋଇନଥିଲେ ହେଁ ଶୌଚ ପାଇଁ ନଦୀ କୂଳକୁ ଯାଇଥିବା ବେଳେ ଗୋଡ ଖସିପଡି ପାଣିରେ ପଡିଯାଇଥିବା ପୁଲିସ ଅନୁମାନ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୫ଟା ସମୟରେ ବାରକୋଟ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧ ଭାସିଯାଉଥିବା ଏବଂ ତାଙ୍କୁ ବଂଚାଇବାକୁ ଚିତ୍କାର କରୁଥିବା କେତେକ ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ। ସେମାନେ ଡଙ୍ଗା ଯୋଗେ ଉକ୍ତ ବୃଦ୍ଧଙ୍କୁ ପାଣିରୁ ଉଦ୍ଧାର କରିବା ସହ କୂଳକୁ ଆଣିଥିଲେ। ମାତ୍ର ଏହାର କିଛି ମୁହୂର୍ତ୍ତ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସେଠାରେ ପହଂଚି ମୃତଦେହ ଜବତ କରିବାସହ ଯାଂଚ କରିବା ସମୟରେ ଉକ୍ତ ବୃଦ୍ଧଙ୍କ ସାର୍ଟ ନପକେଟରୁ ସୁନ୍ଦରଗଡ ଜିଲା ଲହୁଣିପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଏକ ପ୍ରେସକ୍ରିପସନ ଓ କିଛି ଔଷଧ ମଧ୍ୟ ମିଳିଥିଲା। ଆସନ୍ତା କାଲି ଉକ୍ତ ବୃଦ୍ଧଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories