www.samajalive.in
Friday, December 12, 2025
16.1 C
Bhubaneswar

ଓସ୍କାର ବିଜୟିନୀ ପ୍ରଥମ ଭାରତୀୟ ଭାନୁ ଆଥେଇୟାଙ୍କ ପରଲୋକ

ପ୍ରଥମ ଭାରତୀୟ ଭାବରେ ଓସ୍କାର ବିଜୟିନୀ ପୋଷାକ ଡ଼ିଜାଇନର ଭାନୁ ଆଥେଇୟାଙ୍କର ଗୁରୁବାର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ଟ୍ବିଟ୍ କରି ଭାନୁଙ୍କ ପରଲୋକ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ୯୧ ବର୍ଷ ବୟସରେ ଭାନୁ ମୁମ୍ବାଇରେ ମୃତ୍ୟୁବରଣ କରିଥିବା ସେ କହିଛନ୍ତି । ୮ବର୍ଷ ପୂର୍ବେ ଭାନୁଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିଲା ଓ ସେ ପକ୍ଷାଘାତର ଶିକାର ହୋଇଥିଲେ । ଯେଉଁଥିପାଇଁ ଗତ ୩ ବର୍ଷ ହେଲା ସେ ଶଯ୍ୟାଶାୟୀ ଥିଲେ ।  ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଆଟେନବୋରୋଙ୍କ ଚଳଚ୍ଚିତ୍ର ‘ଗାନ୍ଧୀ‘ ରେ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପାଇଁ ସେ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।


ଭାନୁ  କୋଲହାପୁରରେ ଜନ୍ମଗ୍ରହଣ କରିଥିଲେ | ଏହା ପରେ ସେ ମୁମ୍ବାଇରେ କ୍ୟାରିୟର କରିବାକୁ ଆସିଥିଲେ | ସେ ୧୯୫୬ ମସିହାରେ ସୁପରହିଟ୍ ଚଳଚ୍ଚିତ୍ର ସିଆଇଡ଼ିରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ରିଚାର୍ଡ ଆଟେନବୋରୋଙ୍କ ଗାନ୍ଧୀ ଚଳଚିତ୍ର ନିମନ୍ତେ ତାଙ୍କୁ ପୋଷାକ ଡ଼ିଜାଇନ ନିମନ୍ତେ ବଛା ଯାଇଥିଲା । ଏହି ଚଳଚିତ୍ରରେ କାର୍ଯ୍ୟ ଲାଗି ତାଙ୍କୁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା ।   ଗାନ୍ଧୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ରିଚାର୍ଡ ଆଟେନବୋରୋଙ୍କ ଅନୁଯାୟୀ, ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ୧୭ ବର୍ଷ ସମୟ ଲାଗିଥିଲା, କିନ୍ତୁ ପୋଷାକ ଡିଜାଇନ୍ ପାଇଁ ଅଥାଇୟାଙ୍କ ନାମ ବାଛିବା ପାଇଁ ମାତ୍ର ୧୫ ମିନିଟ୍ ସମୟ ଲାଗିଥିଲା, କାରଣ ସେ ଏହି କାର୍ଯ୍ୟ ପାଇଁ ଉପଯୁକ୍ତ ଥିଲେ ବୋଲି ରିଚାର୍ଡ଼ କହିଥିଲେ।

- Advertisement -

ଭାନୁ ବଲିଉଡ଼ର ବହୁ ବଡ଼ବଡ଼ ଅଭିନେତାଙ୍କ ସହ କାର୍ଯ୍ୟ କରିଛନ୍ତି । ଅମୀର ଖାଁଙ୍କ ‘ଲଗାନ’, ଶ୍ରୀଦେବୀଙ୍କ ଚାନ୍ଦିନୀ ଚଳଚିତ୍ରରେ ସେ ମଧ୍ୟ ପୋଷାକ ଡ଼ିଜାଇନ କରିଥିଲେ । ସେହିପରି ଆଶୁତୋଷ ଗୋୱାରିକ୍ ଏବଂ ଗୁଲଜାରଙ୍କ ପରି ବିଖ୍ୟାତ ବ୍ୟକ୍ତିତ୍ଵଙ୍କ ସହ କାର୍ଯ୍ୟ କରିଥିଲେ ।  ପାଞ୍ଚ ଦଶନ୍ଧି କ୍ୟାରିଅରରେ ସେ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ ପୋଷାକ ଡିଜାଇନ୍ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories