www.samajalive.in
Thursday, December 11, 2025
15.1 C
Bhubaneswar

ବନମାଳୀପୁର ଯୁବକଙ୍କୁ ହତ୍ୟା ଘଟଣା, ହତ୍ୟାକାରୀ ଗିରଫ ସହ ମାରଣାସ୍ତ୍ର ଜବତ

ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନାମାଳୀପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଘଟିଥିବା ହତ୍ୟା ଘଟଣାରୁ ପରଦା ହଟାଇଛି ପୁଲିସ । ମୃତ ଯୁବକର ସମ୍ପର୍କୀୟ ଭାଇ ଏହି ହତ୍ୟା କାଣ୍ଡ ଘଟାଇଥିଲା ବୋଲି ନିଜେ ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଥିବା ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସଡିପିଓ ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ ହତ୍ୟାକାଣ୍ଡରେ ମତ୍ୟୁବରଣ କରିଥିବା ଉତ୍ସବ (୩୦) ସହ ତାର ବଡବାପା ପୁଅ ଭାଇ ପ୍ରଶାନ୍ତର ପୂର୍ବ ଶତୃତା ରହିଥିଲା। ପ୍ରଶାନ୍ତ ଉତ୍ସବକୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲା। ବୁଧବାର ସନ୍ଧ୍ୟା ସମୟରେ ଉତ୍ସବ ଗ୍ରାମରୁ ମୋଟର ସାଇକେଲ ଯୋଗେ ବାହାରୀ ଗ୍ରାମ ନିକଟସ୍ଥ ବାଙ୍କବନ୍ଧର ରାସ୍ତା ଅତିକ୍ରମ କରୁଥିବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ପ୍ରଶାନ୍ତ ଉତ୍ସବର ମୁଣ୍ଡ ଓ ବେକକୁ ଏକ ଧାରୁଆ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲା। ଫଳରେ ଉତ୍ସବର ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ହେବା ସହ ଘଟଣା ସ୍ଥଳରେ ଉତ୍ସବ ଟଳିପଡିଥିଲା। ଉତ୍ସବର ମୃତ୍ୟୁ ହୋଇଯିବା ଜାଣି ପ୍ରଶାନ୍ତ ସେଠାରୁ ଫେରାର ହୋଇଯାଇଥିଲା। ରାସ୍ତାରେ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଥିଲେ। ପରେ ଏଥି ନେଇ ଉତ୍ସବର ଭାଇ ଧୃବ ସେଠୀ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ କରାଯାଇ ବୁଧବାର ବିଳମ୍ବିତ ରାତ୍ରିରେ ପ୍ରଶାନ୍ତକୁ ଗିରଫ କରାଯାଇଥିଲା।
ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ତେବେ ପରକିୟା ପ୍ରିତି ଯୋଗୁଁ ଏଭଳି ହତ୍ୟା କାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି। ପରକିୟା ପ୍ରୀତି ସମ୍ପର୍କରେ ଏସଡିପିଓ ଶ୍ରୀ ନାୟକଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଜାରି ରହିଛି ତଦନ୍ତ ଶେଷ ହେଲେ ହତ୍ୟା ଘଟଣାର ପ୍ରକୃତ କାରଣ ଜଣା ପଡିବ ବୋଲି ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories