www.samajalive.in
Wednesday, December 10, 2025
23.1 C
Bhubaneswar

କୋଇଲା ଖଣି ଠିକା ସଂସ୍ଥାରେ ନିଯୁକ୍ତି; ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣୋଇଲେ ଜମିହରା ବିସ୍ଥାପିତ

ବ୍ରଜରାଜନଗର: କୋଇଲା ଖଣିରେ ନିୟୋଜିତ ଠିକା ସଂସ୍ଥା ବର୍ଷ ବର୍ଷ ଧରି ମାଫିଆ ଓ ରାଜନେତାଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା। ସାଧାରଣ ଜମିହରା ବିସ୍ଥାପିତ ପରିବାର ନିଜ ହକ ପାଇଁ ଲଢେଇ ଲଡ଼ୁ ଥିଲେ ହେଁ ଚାକିରି ଟିଏ ମିଳିବା ତାଙ୍କ ପାଇଁ ସାତ ସପନ ପାଲଟିଥିଲା। ପରିବାରର ଭରଷ ପୋଷଣ ପାଇଁ ଜମିହରା ବିସ୍ଥାପିତ ଯୁବକ ଅନଶନରୁ ଆରମ୍ଭ କରି ଚିଠି ପତ୍ର ଲେଖାପଢାରୁ ଅଫିସରୁ ଅଫିସ ଦୌଡ଼ି ହଇରାଣ ହରକତ ହେଉଥିଲେ। ଏଥି ପାଇଁ ତାଙ୍କୁ ଅନେକ ଧମକ ଚମକ ମଧ୍ୟ ସହିବାକୁ ପଡ଼ୁଥିଲା। ହେଲେ କୋଇଲା ଖଣିରେ ନିୟୋଜିତ ଠିକା ସଂସ୍ଥାରେ ରାଜନେତା ଓ ଅସାମାଜିକ ବ୍ୟକ୍ତିଙ୍କ ହସ୍ତକ୍ଷେପ ଉପରେ ଲଗାମ ଲଗାଇଛି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ। କୋଇଲା ଖଣିରେ ନିୟାଜିତ ଠିକା ସଂସ୍ଥା ଗୁଡ଼ିକରେ ସ୍ଥାନୀୟ ଜମିହରା ବିସ୍ଥାପିତ ବେକାରିଙ୍କୁ ଅଗ୍ରାଧିକାରରେ ଭିତ୍‍ତିରେ ନିଯୁକ୍ତି ପ୍ରଦାନ କରାଯାଇଛି। ଏଣୁ ଆଜି ଏଥି ପାଇଁ ନିଯୁକ୍ତି ପାଇଥିବା ସାନଯୋବ ଓ ମଧୁବନ ନଗରର ଶ୍ୟାମ ପଟେଲ, ଜିତେନ୍ଦ୍ର ପଟେଲ ସଞ୍ଜୁ କୁମାର ସା କୋଭିଡ଼ ନିୟମ ପାଳନ କରି ଜିଲ୍ଲାପାଳ ସରୋଜ ସାମଲ, ଉପ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋ ଏବଂ ଝାରସୁଗୁଡ଼ା ଏସପି ରାହୁଲ ପିଆରଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ ଏବଂ ଜିଲ୍ଲା ପ୍ରଶାସନର ଯୋଗୁଁ ଆଜି ସେମାନେ ନିଜକ ହକ ପାଇ ପାରିଛନ୍ତି ବୋଲି କହିଥିଲେ।

ଠିକା ସଂସ୍ଥାରେ ନବ ନିଯୁକ୍ତ ଯୁବକମାନଙ୍କ କହିବା ଅନୁସାରେ, ବିଗତ ଦିନରେ କୋଇଲ ଖଣିରେ ନିୟୋଜିତ ଅନେକ ଠିକା ସଂସ୍ଥା ଚାଲିଯାଇଥିଲେ ହେଁ ଅସଲ ଜମିହରା ଓ ବିସ୍ଥାପିତଙ୍କୁ ଚାକିରି ଖଣ୍ଡିଏ ମିଳି ପାରିନଥିଲା। ଏହି କ୍ଷେତ୍ରରେ ଗୁଣ୍ଡାଗର୍ଦି, ଦାଦାଗିରି ଓ ନେତାଗିରିର ପ୍ରବଳ ଦବଦବା ରହିଥିବାରୁ ସିଫାରିସ ବଳରେ ବାହାର ରାଜ୍ୟର ବାସିନ୍ଦା ଅତି ସହଜରେ ନିଯୁକ୍ତି ହାତେଇ ନେଉଥିଲେ ଓ ଅସଲ ହିତାଧିକାରୀ ନିଜ ହକର ଲଢେଇରେ ବାରମ୍ବାର ପରାଜିତ ହେଉଥିଲେ। ତେବେ ପୋଲିସ ପ୍ରଶାସନର ଭରପୁର ସହଯୋଗ ଯୋଗୁଁ ଆଜି ଆମକୁ ଦୀର୍ଘ ଦିନର ଅପେକ୍ଷାର ଫଳାଫଳ ମିଳିଛି। ବିଶେଷ କରି ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସ ଆରମ୍ଭରୁ ଜମିହରା ବିସ୍ଥାପିତଙ୍କ ନିଯୁକ୍ତି ପାଇଁ ସବୁ ପ୍ରକାର ସହଯୋଗ କରିଥିବାରୁ ଅସାମାଜିକ ଓ ମାଫିଆଙ୍କ ସମସ୍ତ ପ୍ରକାର ଯୋଜନା ଭଣ୍ଡୁର ହୋଇଥିବା ଜମିହରା ବିସ୍ଥାପିତ ଯୁବକ ମତ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ କୋଇଲା ଖଣି ପ୍ରଭାବିତ ମଧୁବନ ନଗରରୁ ୧୫ ଜଣ ଓ ସାନଯୋବରୁ ୧୦ ଜଣ ଜମିହରାଙ୍କୁ ନିଯୁକ୍ତି କରିବାକୁ ଠିକା ସଂସ୍ଥା ପକ୍ଷରୁ ପ୍ରତିଶୃତି ପ୍ରଦାନ କରାଯାଇଥିଲା। ଏଥିରୁ ପ୍ରଥମ ପର୍ଯ୍ୟାୟରେ ମଧୁବନ ନଗରର ୫ ଜଣ ଓ ସାନଯୋବର ୧୦ ଜଣକୁ ନିଯୁକ୍ତି ମିଲିଛି ଓ ପରବର୍ତି ପର୍ଯ୍ୟାୟରେ ବାକି ରହିଥିବା ଅନ୍ୟ ୧୦ ଜଣ ବେକାରିଙ୍କୁ ନିଯୁକ୍ତି ମିଳିବ। ଅପରପେକ୍ଷ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଏସପି ନବ ନିଯୁକ୍ତ ଜମିହରା ବିସ୍ଥାପିତ ଯୁବକଙ୍କୁ କାର୍ଯ୍ୟ କ୍ଷେତ୍ରରେ କୌଣସି ବିଶୃଙ୍ଖା ପରସ୍ଥିତି ସୃଷ୍ଠି ନକରି ନିଷ୍ଠାର ଓ ଦାୟିତ୍ୱର ସହିତ ନିଜର କାମ ତୁଳାଇବାକୁ କହିଥିଲେ ବୋଲି ଯୁବକମାନେ କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories