www.samajalive.in
Tuesday, December 9, 2025
15.1 C
Bhubaneswar

ବିଦ୍ୟାରତ୍ନ ଭବନରେ ସାମ୍ବାଦିକ ଗୋବିନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବାଙ୍କୀ ସାମ୍ବାଦିକ ସଙ୍ଘ

ବାଙ୍କୀ(ଡମପଡା): ବାଙ୍କୀ ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ପରିସରରେ ଗୁରୁବାର ବାଙ୍କୀ ସାମ୍ବାଦିକ ସଂଘର ସଦସ୍ୟ ମାନେ ସଭ୍ୟ ଗୋବିନ୍ଦ ପରିଡାଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍ବର୍ଗତ ସାମ୍ବାଦିକଙ୍କ ଫଟୋଚିତ୍ରରେ ସମସ୍ତ ସଭ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା ସଭାପତିତ୍ୱ କରି ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର , ସଂପାଦକ ସୁବାସଚନ୍ଦ୍ର ପାଢୀ ନିଜର ବକ୍ତବ୍ୟ ପ୍ରଦାନ କରି ଗୋବିନ୍ଦ ପରିଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅନନ୍ତ କୁମାର ରଣା, ଅଜିତ ରଣା, ଗୌରାଙ୍ଗ ବେହେରା, ବିଭୂପ୍ରସାଦ ସାମଲ, ଅନନ୍ତ ପଟ୍ଟନାୟକ, ଆଶୋକ କୁମାର ରଣା, ଜ୍ଞାନେନ୍ଦ୍ର, ମୋହନ ମିଶ୍ର, ଗୌତମ ମିଶ୍ର , ଅରବିନ୍ଦ ହରିଚନ୍ଦନ, ଶୁଭେନ୍ଦୁ ମହାପାତ୍ , ମନୋଜ କୁମାର ଦଳେଇ, ପ୍ରଦୀପ ଜେନା, କାହ୍ନୁଚରଣ ବେହେରା, ସଂଜୀବ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ଆଶିଷ କୁମାର ମହାପାତ୍ର ପ୍ରମୁଖ ସମସ୍ତ ସାମ୍ବାଦିକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ସାମ୍ବାଦିକ ଗୋବିନ୍ଦ ପରିଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଏହି ଶୋକା ସଭାରେ ମୃତକଙ୍କ ପରିବାରକୁ ବାଙ୍କୀ ପ୍ରେସ କ୍ଲବ ସଦସ୍ୟ ଏବଂ ପ୍ରେସ କ୍ଲବ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦିଆ ଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories