www.samajalive.in
Sunday, December 14, 2025
14.1 C
Bhubaneswar

ଦ୍ବିତୀୟ କରୋନା ଟୀକାକୁ ମଞ୍ଜୁରୀ ଦେଲା ରୁଷ: ସ୍ପୁଟନିକ-୫ ପରେ ଏପିଭ୍ୟାକ୍-କରୋନା

କରୋନା ମହାମାରୀ ସଂକ୍ରମଣ ଭୟ ମଧ୍ୟରେ ରୁଷରୁ ଆସିଛି ଆଉ ଏକ ଆଶ୍ଵସ୍ତିର ଖବର । ବିଶ୍ଵର ପ  ପ୍ରଥମ କରୋନା ଟୀକା  କୁହାଯାଉଥିବା ସ୍ପୁଟନିକ-୫ ପରେ ରୁଷ ଦ୍ବିତୀୟ ଟିକା ଏପିଭ୍ୟାକ୍-କରୋନା (EpiVacCorona)କୁ ପଞ୍ଜିକୃତ କରିଛି । ।ବୁଧବାର କ୍ୟାବିନେଟ ସଦସ୍ୟଙ୍କ ସହ ଏକ ଭିଡିଓ ଆଲୋଚନାକାଳରେ  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ଘୋଷଣା କରିଛନ୍ତି ଓ  ‘ନୋଭୋସିବିରସ୍କ ଭେକ୍ଟର କେନ୍ଦ୍ର  କରୋନା ପ୍ରତିରୋଧୀ ଦ୍ୱିତୀୟ ଟୀକା ପଞ୍ଜିକରଣ କରିଛି ବୋଲି କହିଛନ୍ତି। ସେ ଏହି ଟୀକାର ଉତ୍ପାଦନ ବୃଦ୍ଧି ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ଏବଂ ଅନ୍ୟ ସହଯୋଗୀ ଦେଶରେ ଏହାର ଉତ୍ପାଦନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ।

ସାଇବେରିଆର ୱାର୍ଲ୍ଡ କ୍ଲାସ୍ ଭାଇରୋଲୋଜି ଇନଷ୍ଟିଚ୍ୟୁଟ୍ (ଭେକ୍ଟର ଷ୍ଟେଟ୍ ରିସର୍ଚ୍ଚ ସେଣ୍ଟର ଅଫ୍ ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି) ରେ ଏହି ଟୀକା ଏପିଭ୍ୟାକ କରୋନା ପ୍ରସ୍ତୁତ ହୋଇଛି । ଏହା ସେପ୍ଟେମ୍ବରରେ ମାନବ ପରୀକ୍ଷଣ ଶେଷ କରିଛି, ତେବେ ଏ ସଂକ୍ରାନ୍ତ ଫଳାଫଳ ରିପୋର୍ଟ ପ୍ରକାଶିତ ହୋଇନାହିଁ ।

- Advertisement -

ଅନ୍ୟପକ୍ଷରେ ରୁଷ ସରକାରଙ୍କ ପକ୍ଷରୁ ନୋଭୋସିବିରସ୍କ ଭେକ୍ଟର କେନ୍ଦ୍ର ଦ୍ବିତୀୟ କରୋନା ଜୀବାଣୁ ଟିକା EpiVacCorona ପଞ୍ଜିକୃତ କରାଯାଇଥିବା ବିଧିବଦ୍ଧ ସୂଚନା ଦିଆଯାଇଛି ।  ପ୍ରଥମ ଟୀକା ସ୍ପୁଟନିକ୍-ଭି ପରି, ଏହି ଟିକା ସିନ୍ଥେଟିକ୍ ଜୀବାଣୁ ପ୍ରୋଟିନ୍ ବ୍ୟବହାର କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ସକ୍ଷମ ବୋଲି କୁହାଯାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories