www.samajalive.in
Monday, December 8, 2025
14.1 C
Bhubaneswar

ବାର୍ଷିକ ଆୟର ସୂଚନା ଦେଲେ ମୋଦୀ, ଜାଣନ୍ତୁ ଗୋଟିଏ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି କେତେ ବୃଦ୍ଧି ପାଇଛି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ଷିକ ଆୟ କ’ଣ ଏବଂ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା କରିଛନ୍ତି। ସମସ୍ତେ ଏହି ସୂଚନା ପାଇଁ ବେଶ ଆଗ୍ରହୀ ଥାଆନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ପତ୍ତି ଓ ବ୍ୟାଙ୍କରେ କେତେ ଟଙ୍କା ଜମା ରହିଛି ତାହାର ସୂଚନା ଦେଇଛନ୍ତି। ଅଧିକାଂଶ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀଙ୍କର ମଧ୍ୟ ସଞ୍ଚୟ ଆକାଉଣ୍ଟ ଏବଂ ବ୍ୟାଙ୍କଗୁଡିକରେ ଫିକ୍ସଡ୍ ଜମା ମାଧ୍ୟମରେ ନିଜର ଟଙ୍କା ସଞ୍ଚୟ କରନ୍ତି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ରିପୋର୍ଟରେ ତାଙ୍କର ସମସ୍ତ ସମ୍ପତ୍ତିର ସର୍ବିଶେଷ ଘୋଷଣା କରାଯାଇଛି । ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିରେ କେତେ ବୃଦ୍ଧି ହୋଇଛି ।

ଗତ ଆର୍ଥିକ ବର୍ଷରେ ୧,୩୯,୧୦,୨୬୦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚଳନ ସମ୍ପତ୍ତିରେ ୨୬.୨୬ ପ୍ରତିଶତ ବୃଦ୍ଧି ହୋଇ୧,୭୫,୬୩,୬୧୮ ଟଙ୍କା ହୋଇଛି। ଗତ ୧୫ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚଳନ ସମ୍ପତ୍ତି ୩୬.୫୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଅକ୍ଟୋବର ୧୨ ରେ ପ୍ରକାଶ ପାଇଥିବା ପିଏମ ମୋଦୀଙ୍କ ସମ୍ପତ୍ତି ବିଷୟରେ ସର୍ବଶେଷ ସୂଚନାରେ ଜୁନ୍ ୩୦ ସୁଦ୍ଧା ତାଙ୍କର ଆର୍ଥିକ ସ୍ଥିତିକୁ ପ୍ରକାଶ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ତାଙ୍କ ବେତନ ଏବଂ ଫିକ୍ସଡ୍ ଜମା ଉପରେ ସୁଧ ମାଧ୍ୟମରେ ଆସିଥିବା ଜଣାପଡିଛି । ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀମାନେ ପ୍ରାୟତ ଏହି ଉପାୟରେ ସେମାନଙ୍କ ଟଙ୍କା ସଞ୍ଚୟ କରନ୍ତି ।

- Advertisement -

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥିର ସମ୍ପତ୍ତିରେ ପ୍ରାୟତ କୌଣସି ପରିବର୍ତ୍ତନ ହୋଇନାହିଁ । ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଥିବା ୧.୧ କୋଟି ଟଙ୍କା ମୂଲ୍ୟର ପ୍ଲଟ ଏବଂ ଘର ତାଲିକାଭୁକ୍ତ କରିଛନ୍ତି । ସେ ତାଙ୍କ ପରିବାର ସହିତ ଏହାର ଏକ ଅଂଶର ମାଲିକ ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦରମା ଦୁଇ ଲକ୍ଷ ଟଙ୍କା, ଯାହା ବିଶ୍ୱ ସ୍ତରଠାରୁ ବହୁତ କମ୍ ଅଟେ । ଏଥି ସହିତ କରୋନା  ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କ୍ୟାବିନେଟ ସଦସ୍ୟ ଏବଂ ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ତାଙ୍କ ବେତନରେ ୩୦ ପ୍ରତିଶତ ହ୍ରାସ କରିଛନ୍ତି । ଏହା ଚଳିତ ବର୍ଷ ଏପ୍ରିଲ ମାସରେ ଲାଗୁ କରାଯାଇଥିଲା ।

Image Courtesy: Amar ujala

ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ସଞ୍ଚୟ ଖାତାର ଜମାରାଶି ୨୦୨୦ ଜୁନ୍ ୩୦ ସୁଦ୍ଧା ୩.୩୮ ଲକ୍ଷ ଟଙ୍କା ରହିଛି । ସେ ଜୁନ୍ ଶେଷରେ ୩୧,୪୫୦ ଟଙ୍କା ନଗଦ ଜମା ରଖିଥିଲେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗାନ୍ଧିନଗର ଶାଖାରେ ତାଙ୍କର ଫିକ୍ସଡ୍ ଜମା ପୂର୍ବ ଆର୍ଥିକ ବର୍ଷରେ ୧,୨୭,୮୧,୫୭୪ ରୁ ୩୦ ଜୁନ୍ ୨୦୨୦ ସୁଦ୍ଧା ୧,୬୦,୨୮,୦୩୯ ଟଙ୍କାକୁ ବୃଦ୍ଧି ପାଇଛି। ଗତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଦାଖଲ ହୋଇଥିବା ତାଙ୍କ ଆଫିଡେଭିଟ୍ ସହିତ ଏହି ସଂଖ୍ୟାଗୁଡିକ ଅନୁରୂପ ଅଟ । ଯେଉଁଥିରେ ୧.୪୧ କୋଟି ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ତାଲିକାଭୁକ୍ତ ହୋଇଛି ଏବଂ ୧.୨୭ କୋଟି ଟଙ୍କା ଜମା ରହିଛି।

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଙ୍କ ପାଖରେ ନିଜର କୌଣସି କାର ନାହଁ । ତାଙ୍କ ପାଖରେ ସୁନା କହିଲେ ୪ ଟି ସୁନାର ମୁଦି ରହିଛି । ଏଥି ସହିତ ଜାତୀୟ ସଞ୍ଚୟ ପ୍ରମାଣପତ୍ର ମାଧ୍ୟମରେ ସେ ୮,୪୩,୧୨୩ ଟଙ୍କା ସଞ୍ଚୟ କରିଛନ୍ତି ଏବଂ ତାଙ୍କ ଜୀବନ ବୀମା ପାଇଁ ୧,୫୦,୯୫୭ ଟଙ୍କା ପ୍ରିମିୟମ ପ୍ରଦାନ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଜାତୀୟ ସଞ୍ଚୟ ପ୍ରମାଣପତ୍ର ମାଧ୍ୟମରେ ୭,୬୧,୬୬୪ ଟଙ୍କା ସଞ୍ଚୟ କରିଥିଲେ ଏବଂ ଜୀବନ ବୀମା ପ୍ରିମିୟମ ଭାବରେ ୧,୯୦,୩୪୭ ଟଙ୍କା ପ୍ରଦାନ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories