www.samajalive.in
Saturday, December 13, 2025
18.1 C
Bhubaneswar

ସତ୍ୟବାଦୀର ସୁକାନ୍ତିଙ୍କ ମୃତ୍ୟୁ ଲାଗି ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ଦାୟୀ କଲା ପିସିସି ଅନୁସୂଚୀତ ଜାତି ବିଭାଗ

ଭୁବନେଶ୍ୱର : ରାଜ୍ୟରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ଯୋଗୁଁ ସତ୍ୟବାଦୀର  ସୁକାନ୍ତି ଭୋଇଙ୍କ ମୁତ୍ୟୁ ଘଟିଛି ବୋଲି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ  ବାଙ୍କନିଧି ବେହେରାଅଭିଯୋଗ କରିଛନ୍ତି। ୨୦ବର୍ଷରୁ ଊର୍ଦ୍ଧ୍ବ ଶାସନ କରୁଥିବା ବିଜେଡ଼ି ସରକାର ରାଜ୍ୟର ସ୍ୱାସ୍ଥ୍ୟ ସେବା  ଭିତିଭୂମି ସଜାଡି ପାରି ନ ଥିବାବେଳେ ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଆଯାଉଛି ଡ଼ିଣ୍ଡିମ ପିଟୁଛନ୍ତି ବୋଲି ବାଙ୍କନିଧି ଅଭିଯୋଗ କରିଛନ୍ତି ।

ଏକ ବିବୃତିରେ ସେ କହିଛନ୍ତି ଯେ ପୁରୀ ଜିଲ୍ଲା ସତ୍ୟବାଦୀର ଦାସ ବିଦ୍ୟାଧର ଗ୍ରାମ ପଚାଁୟତର କବୀର ଭୋଇଙ୍କ ପତ୍ନୀ ସୁକାନ୍ତି ଭୋଇଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ତାଙ୍କର ଘରଠାରୁ ମାତ୍ର ୩କିିଲୋମିଟର ଦୁରରେ ଥିବା ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରମାନେ ତାଙ୍କ ସ୍ତ୍ରୀର ଚିକିତ୍ସାରେ ଅବହେଳା କରି ଶେଷରେ ପୁରୀ ପଠାଇ ଦେଇଥିଲେ।
ପୁରୀ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ନିରୁତ୍ସାହ ଜନକ ହେବାରୁ, ପରେ ସେଠାକାର ଡାକ୍ତରମାନେ ତାଙ୍କୁ କଟକ ବଡ ମେଡିକାଲକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ବଡ ମେଡିକାଲ ଆସିବା ପାଇଁ କବୀର ଆମ୍ବୁଲାନସ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଆମ୍ବୁଲାନ୍‍ସ ମିଳିନଥିବାରୁ ଶେଷରେ କବୀର ଏକ ଟ୍ରଲି ରିକ୍ସାରେ ଦୀର୍ଘ ୮୦କିଲୋମିଟର ନିଜ ପତ୍ନୀଙ୍କୁ ଧରି ଆସି ବଡ ମେଡିକାଲରେ ପହଂଚିଥିଲେ। ଶେଷରେ ବଡ ମେଡିକାଲରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।

- Advertisement -

କବୀର ଭୋଇ ଜଣେ ଗରୀବ, ନିରିହ,ବ୍ୟକ୍ତି ହୋଇଥିବାରୁ ଡାକ୍ତରମାନେ ତାଙ୍କୁ ଅଣଦେଖା କରି ତାଙ୍କ କଥା ନ ଶୁଣି ରୋଗୀର ରୋଗକୁ ଗୁରୁତ୍ୱ ନ ଦେଇ ଚିକିତ୍ସାର ଅବହେଳା କରିଥିବା ହେତୁ ଶେଷରେ ସୁକାନ୍ତିର ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ଜଣାପଡ଼େ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ସେବା କିଭଳି ଭାବେ ୨୦ ବର୍ଷ ଶାସନ କାଳ ମଧ୍ୟରେ ଚାଲୁଅଛି। ସାଧାରଣ ଗରି ବ ଲୋକମାନଙ୍କ ପାଇଁ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସ୍ଥାଣୁ ପାଲଟି ଯାଇଛି। ଏଥିପାଇଁ ସରକାରଙ୍କର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବିଭାଗ ଦାୟୀ। ଗରୀବ ଲୋକମାନଙ୍କ ଜୀବନ ସହିତ ସରକାର ଖେଳ ଖେଳୁଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅନେକ ଦୁର୍ନୀତି ଓ ଘୋଟାଲା ସହିତ ଜଡିତ ହୋଇ ଅର୍ଥ ହରିଲୁଟ କରୁଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ପ୍ରତି ସରକାରଙ୍କର ଦୃଷ୍ଟି ନାହିଁ। ସୁକାନ୍ତି ଭଳି ଗୋଟିଏ ଦଳିତ ମହିଳାର ଜୀବନ ସହିତ ଖେଳ ଖେଳିଥିବାରୁ ତା’ର ମୃତ୍ୟୁ ଘଟିଛି। ତାଙ୍କ ପରିବାରକୁ ତୁରନ୍ତ ୨୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ ଓ ତାଙ୍କ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରମାନଙ୍କୁ କଠୋର ଦଣ୍ଡ ବିଧାନ କରାଯିବା ପାଇଁ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଦାବି କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories