www.samajalive.in
Monday, December 15, 2025
16.1 C
Bhubaneswar

ଏସ୍ଏସବି ଇତିହାସ ଅଧ୍ୟାପକ ନିଯୁକ୍ତି ମାମଲା; ଜଣିକିଆ ଖଣ୍ଡପୀଠଙ୍କ ରାୟ ରଦ୍ଦ, ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

କଟକ: ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି) ପରିଚାଳିତ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଇତିହାସ ଅଧ୍ୟାପକ ନିଯୁକ୍ତି ମାମଲାର ରାୟ ବୁଧବାର ଓଡ଼ିଶା ହାଇକୋର୍ଟରେ ପ୍ରକାଶ ପାଇଛି। ସାନି ପରୀକ୍ଷା କରିବାକୁ ଓଡ଼ିଶା ହାଇକୋର୍ଟ ଜଣିକିଆ ଖଣ୍ଡପୀଠଙ୍କ ରାୟକୁ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ରଦ୍ଦ କରିଛନ୍ତି।

ସୂଚନା ଅନୁସାରେ, ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷାରେ ୧୬୫ ପ୍ରଶ୍ନରୁ ମାତ୍ର ୧୧ଟି ପ୍ରଶ୍ନରେ ତ୍ରୁଟି ଥିଲା । ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା । ଗ୍ରେସ ମାର୍କ ମିଳିବା ପରେ ବି ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା କେତେକ ଆଶାୟୀ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆଉ ଥରେ ଲିଖିତ ପରୀକ୍ଷା କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ଜଣିକିଆ ଖଣ୍ଡପୀଠ ରିଟ୍ ପିଟିସନ ୧୧୦୯୪ /୨୦୧୯ ରେ ସାନି ଲିଖିତ ପରୀକ୍ଷା କରିବା ପାଇଁ ରାୟ ଦେଇଥିଲେ। ଲିଖିତ ପରୀକ୍ଷାରେ ସଫଳ ହୋଇ ସାକ୍ଷାତକାର ପରୀକ୍ଷା ଦେଇ ସାରିଥିବା ୨୩ ରୁ ଉର୍ଦ୍ଧ୍ବ ଆଶାୟୀ ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୋଧରେ ଓଡ଼ିଶା ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ପ୍ରକ୍ରିୟାରେ ଓଡ଼ିଶା ହାଇକୋର୍ଟରେ ୨୨/୨୦୨୦, ୬୪୧, ୬୪୨, ୬୪୩ /୨୦୧୯, ଏବଂ ୪୨/୨୦୨୦, ସଂଖ୍ୟାରେ ୫ ଟି ରିଟ୍ ଅପିଲ୍ ହୋଇଥିଲା।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଏସଏସବି ପକ୍ଷରୁ ୮୩୩ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥି ମଧ୍ୟରେ ୮୧ଟି ଇତିହାସ ଅଧ୍ୟାପକ ପଦ ଥିଲା। ଏଥିରେ ଲିଖିତ ପରୀକ୍ଷା ମାର୍କ ୧୬୫, କ୍ୟାରିଅର ମାର୍କ ୨୫ ଓ ସାକ୍ଷାତକାର ମାର୍କ ୧୦, ମୋଟରେ ୩ଟି ବର୍ଗରେ ୨୦୦ ଅଙ୍କକୁ ଆଧାର କରି ନିଯୁକ୍ତି ପ୍ରଦାନ କରାଯିବାର ଥିଲା । ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାଧାରୀ ଏଥି ନିମନ୍ତେ ଆବେଦନ କରିଥିଲେ। ଏଥି ନିମନ୍ତେ ୨୦୧୯ ମାର୍ଚ୍ଚ ୧୦ରେ ଲିଖିତ ପରୀକ୍ଷା ହୋଇଥିଲା । ଲିଖିତ ପରୀକ୍ଷା ପରେ ମାର୍ଚ୍ଚ ୧୯ରେ ଏସଏସବି ନିଜ ୱେବସାଇଟରେ ସମସ୍ତ ବିଭାଗର ଲିଖିତ ପରୀକ୍ଷା ପ୍ରଶ୍ନର ବିକଳ୍ପ ଉତର (ଆନ୍ସର କି’) ବାହାର କରିବା ସହ ପରୀକ୍ଷାର୍ଥୀଙ୍କଠାରୁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆପତି ଓ ଅଭିଯୋଗ ଲୋଡିଥିଲା । ସେହି ଅନୁସାରେ ପ୍ରତ୍ୟେକ ବିଭାଗର ପରୀକ୍ଷାର୍ଥୀମାନେ ପ୍ରକାଶିତ ବିକଳ୍ପ ଉତର ଓ ଭୁଲ ପ୍ରଶ୍ନ ନେଇ ନିଜ ଅଭିଯୋଗ ରଖିଥିଲେ । ଇତିହାସ ବିଭାଗର ଆଶାୟୀମାନେ ମଧ୍ୟ ପ୍ରକାଶିତ ବିକଳ୍ପ ଉତର ନେଇ ନିଜ ଅଭିଯୋଗ ଜଣାଇଥିଲେ । ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ଭିତି କରି ଏସଏସବି ଇତିହାସ ବିଭାଗର ୪ ଜଣ ବରିଷ୍ଠ ଅଧ୍ୟାପକ ଓ ପ୍ରାଧ୍ୟାପକ (ଡ. ଖାରବେଳ ମହାନ୍ତି, ପ୍ରାଧ୍ୟାପକ ବସନ୍ତ କୁମାର ମଲିକ, ଡ. ହେମନ୍ତ କୁମାର ମହାପାତ୍ର ଏବଂ ଡ. ବିନୋଦିନୀ ଦାସ)ଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା । ଏହି ବିଶେଷଜ୍ଞ କମିଟି ଇତିହାସ ବିଭାଗର ଲିଖିତ ପରୀକ୍ଷାର ୧୧ଟି ପ୍ରଶ୍ନ ଓ ବିକଳ୍ପ ଉତରରେ ତ୍ରୁଟି ଥିବା ଦର୍ଶାଇଥିଲେ । ବିଶେଷଜ୍ଞ କମିଟିର ରିପୋର୍ଟ ଆଧାରରେ ଇତିହାସ ଅଧ୍ୟାପକ ପରୀକ୍ଷା ଦେଇଥିବା ସମସ୍ତ ଆଶାୟୀଙ୍କୁ ଏସଏସବି ୧୧ ଗ୍ରେସ ମାର୍କ ଦେବା ସହ ସଂଶୋଧିତ ଉତର ଆଧାରରେ ମୂଲ୍ୟାୟନ କରିଥିଲା । ଜୁନ ୧୧ରେ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ଲିଖିତ ପରୀକ୍ଷାରେ ଅକୃତକାର୍ଯ୍ୟ କେତେକ ପିଲା ଜୁନ ୨୬ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଇତିହାସ ବିଭାଗର ଚୟନ ପ୍ରକ୍ରିୟା ଜାରି ରଖିବା ସହ ଚୂଡ଼ାନ୍ତ ଫଳ ପ୍ରକାଶ ନକରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ଫଳରେ ଏସଏସବି ପ୍ରମାଣପତ୍ର ଯାଞ୍ଚ ପରେ କୃତକାର୍ଯ୍ୟ ପିଲାଙ୍କ ସାକ୍ଷାତକାର ପରୀକ୍ଷା କରାଇଥିଲା । ଚୂଡ଼ାନ୍ତ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହେବାରୁ ସାକ୍ଷାତକାର ପରୀକ୍ଷା ଦେଇଥିବା କେତେକ ପିଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାତ୍ର ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ସାକ୍ଷାତକାର ଦେଇସାରିଥିବା ପିଲାଙ୍କ ଆବେଦନକୁ ଗ୍ରହଣ ନ କରି ସାନି ଲିଖିତ ପରୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ। ଏହାକୁ ନେଇ ସାକ୍ଷାତକାର ପରୀକ୍ଷା ଦେଇ ସାରି ଚୂଡ଼ାନ୍ତ ଫଳକୁ ଅପେକ୍ଷା କରିଥିବା ଆଶାୟୀମାନେ ଦୁଇ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୧୦ ମାସର ଶୁଣାଣି ପରେ ଅକ୍ଟୋବର ୧୪ ରେ ଦୁଇ ଜଣିଆ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। ଏଥିରେ ଜଣିକିଆ ଖଣ୍ଡପୀଠଙ୍କ ପୁନଃ ଲିଖିତ ପରୀକ୍ଷା ରାୟକୁ ରଦ୍ଦ କରାଯାଇ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories