ୱାଶିଂଟନ୍ : କରୋନା ମହାମାରୀ ଦ୍ବାରା ଭାରତୀୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ୧୦.୩% ହ୍ରାସ ଘଟିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କହିଛି। ତେବେ ୨୦୨୧ ବେଳକୁ ଦେଶର ଜିଡିପି ଅଭିବୃଦ୍ଧି ୮.୮%କୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।
୨୦୨୧ ବେଳକୁ ଭାରତର ଅଭିବୃଦ୍ଧି ୮.୮%କୁ ଫେରିବ। ଏହାଫଳରେ ଦେଶ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିକାରୀ ଅର୍ଥନୀତିର ମାନ୍ୟତାକୁ ପୁଣି ଥରେ ହାତେଇପାରିବ। ଏ କ୍ଷେତ୍ରରେ ଭାରତ ଚାଇନାକୁ ଅତିକ୍ରମ କରିବ। କାରଣ ସେ ସମୟରେ ଚାଇନାର ଅଭିବୃଦ୍ଧି ହାର ୮.୨% ରହିଥିବ ବୋଲି ଆଇଏମ୍ଏଫ୍ ପକ୍ଷରୁ ଏହାର ବିଶ୍ବ ଅର୍ଥନୈତିକ ଆଉଟ୍ଲୁକ୍ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି। ଆଇଏମ୍ଏଫ୍ ଏବଂ ବିଶ୍ବର ବ୍ୟାଙ୍କର ବାର୍ଷିକ ବୈଠକର ଅବ୍ୟବହିତ ପୂର୍ବରୁ ଉନ୍ମୋଚିତ ହୋଇଥିବା ଏହି ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ, ସମଗ୍ର ବିଶ୍ବରେ ଜିଡିପି ଅଭିବୃଦ୍ଧି ୪.୪%କୁ ହାସ ଘଟିବ। ୨୦୨୧ ବେଳକୁ ଏହା ୫.୨% ଛୁଇଁବ। ଅନ୍ୟପକ୍ଷରେ ୨୦୨୦ରେ ଆମେରିକାର ଜିଡିପି ଅଭିବୃଦ୍ଧିରେ ୫.୮% ହ୍ରାସ ଘଟିବାକୁ ଥିବା ଏଥିରେ କୁହାଯାଇଛି। ତେବେ ଆସନ୍ତାବର୍ଷ ଏଥିରେ ୩.୯% ଅଭିବୃଦ୍ଧି ଘଟିବାକୁ ଥିବା ଜଣାଯାଇଛି। ବିଶ୍ବର ପ୍ରମୁଖ ଅର୍ଥନୀତି ମଧ୍ୟରେ ଚାଇନା ହେଉଛି ଏକ ମାତ୍ର ରାଷ୍ଟ୍ର ଯେ କି ୨୦୨୦ରେ ସକାରାତ୍ମକ ୧.୯% ଅଭିବୃଦ୍ଧି ହାର ଦର୍ଶାଇଛି।
ଆଇଏମ୍ଏଫର ଆକଳନ; ୨୦୨୦-୨୧ରେ ଜିଡିପି ୧୦.୩% ଖସିବ
Popular Categories



