www.samajalive.in
Saturday, December 6, 2025
19.1 C
Bhubaneswar

ଅପନ୍ତରା ହୋଇ ପଡିଛି ଆର୍‍ଡି ରୋଡ୍‍ରୁ କଦମମାଲ ପ୍ରଧାନମନ୍ତ୍ରୀ ସଡକ; ମରାମତି ପାଇଁ ଦାବୀ

ରେଙ୍ଗାଲି: ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧିନରେ ନିର୍ମିତ ରାସ୍ତା ନିର୍ମାଣ କାମ ସମ୍ପୂର୍ଣ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉକ୍ତ ରାସ୍ତାର ମରାମତି ଏବଂ ରକ୍ଷଣାବେକ୍ଷଣ ଆଦି କାମ ସଂପୃକ୍ତ ଠିକା ସଂସ୍ଥା ତୁଲାଇବାର ନିୟମ ରହିଛି। କିନ୍ତୁ ପରିତାପର ବିଷୟ ଯେ ଏହି ଯୋଜନାରେ ନିର୍ମିତ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ର ଲଇଡା ଗ୍ରୀଡ୍‍ ସବ୍‍ ଷ୍ଟେସନ୍‍ ନିକଟସ୍ଥ ଆର୍‍ଡି ରାସ୍ତାରୁ କଦମମାଳ ରାସ୍ତା ନିର୍ମାଣ କାମ ୨୦୧୭ ମସିହାରେ ସମ୍ପୂର୍ଣ ହୋଇଥିଲେ ମଧ୍ୟ ମରାମତି ହେଉନାହିଁ ବୋଲି ଲଇଡା ସ୍ଥିତ ମା ସମଲେଶ୍ୱରୀ କୃଷକ ସୁରକ୍ଷା ସଙ୍ଗଠନର ସଭାପତି ସଲିଲ ନାଏକ ଏବଂ ପୂର୍ବତନ ସଭାପତି ସରୋଜ ପୁଜାରୀ ଅଭିଯୋଗ କରିଛନ୍ତି। ମରାମତି ଏବଂ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ରାସ୍ତାର ଅଧିକାଂଶ ସ୍ଥାନରେ ଫାଟ ଦେଖାଦେଇଛି ଏବଂ ବିଭିନ୍ନ ସ୍ଥାନ ଦବି ଯାଇ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି। ରାସ୍ତାର ଉଭୟ ପାର୍ଶ୍ବରେ ଅନାବନା ଘାସ ବୁଦାର ଜଙ୍ଗଲ ସୃଷ୍ଟି ହୋଇଥିବାରୁ ବୁଲାଣି ମାନଙ୍କରେ ସମ୍ନା ପଟରୁ ଆସୁଥିବା ଯାନବାହାନ ଦୃଷ୍ଟି ଗୋଚର ହେଉନାହିଁ। ଫଳରେ ଦୁର୍ଘଟଣାର ଆଶଙ୍କା ଦେଖାଦେଉଛି।

ଏହି ରାସ୍ତା ଉପରେ ଆଖପାଖର ୬/୭ ଟି ପଞ୍ଚାୟତର ଲୋକେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ୨.୪୮ କିଲୋମିଟର ପରିମିତ ଏହି ରାସ୍ତା ଲଇଡା ଗ୍ରୀଡ୍‍ରୁ ଅର୍ଥାତ୍‍ ଲଇଡା ପଞ୍ଚାୟତରୁ କଦମମାଲ ଦେଇ ରେଙ୍ଗଲୋଇ ଗ୍ରାମପଞ୍ଚାୟତ ଅଞ୍ଚଳକୁ ସଂଯୋଗ କରୁଛି। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ୧୦୮.୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ତା.୨୦/୧୨/୨୦୧୬ ମସିହାରୁ କାମ ଆରମ୍ଭ ହୋଇ ତା.୧୯/୯/୨୦୧୭ ମସିହାରେ ସମ୍ପୁର୍ଣ ହୋଇଥିଲା। ନିୟମ ଅନୁଯାୟୀ, ତା.୨୦/୯/୨୦୧୭ ମସିହାରୁ ତା.୧୯/୯/୨୦୨୨ ପର୍ୟ୍ୟନ୍ତ ଠିକା ସଂସ୍ଥା ଏହି ରାସ୍ତାର ରକ୍ଷଣାବେକ୍ଷଣ କରିବା କଥା। କିନ୍ତୁ ରକ୍ଷଣା ବେକ୍ଷଣ ହେଉ ନ ଥିବାରୁ ରାସ୍ତା ଦିନକୁ ଦିନ ଅପନ୍ତରା ହୋଇ ପଡୁଛି। ବର୍ଷାରେ ଧୋଇ ହୋଇଥିବା ଅଂଶର ମରାମତି କରାଯିବ ବୋଲି ସୂଚନା ଫଳକରେ ଲେଖା ଅଛି କିନ୍ତୁ କରାଯାଉ ନାହିଁ। ବର୍ଷକୁ ଦୁଇ ଥର ପଥପ୍ରାନ୍ତ ନର୍ଦ୍ଦମାର ମରାମତି, ନାଳ, ପୋଳ ଓ ସେତୁର ରକ୍ଷଣାବେକ୍ଷଣ। ଯେତେ ବେଳେ ଦରକାର ରୋଡ୍‍ ଫର୍ନିଚରର ରକ୍ଷଣାବେକ୍ଷଣ କରିବା ଏବଂ ବର୍ଷକୁ ଥରେ ଉଭୟ ପାର୍ଶ୍ବ ବାଡା ଏବଂ ପୋଳର ରକ୍ଷଣାବେକ୍ଷଣ କରାଯିବ ବୋଲି ସୂଚନା ଫଳକରେ ଲେଖା ଅଛି। କିନ୍ତୁ କ୍ଷୋଭର ବିଷୟ ଯେ ଏସବୁ କେବଳ ସାଇନ୍‍ ବୋର୍ଡରେ ହିଁ ସୀମିତ ହୋଇ ରହିଯାଇଛି ବୋଲି କୃଷକ ସଙ୍ଗଠନର କର୍ମକର୍ତ୍ତା ଶ୍ରୀ ନାଏକ ଏବଂ ଶ୍ରୀ ପୁଜାରୀ ଅଭିଯୋଗ କରି ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି ତଥା ରକ୍ଷଣାବେକ୍ଷଣ କରାଯିବା ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories