www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍‌କ୍ଷେପଣର ୮ ମିନିଟ୍‌ ପରେ ‘ନିର୍ଭୟ’ ବାଟବଣା

ବାଲେଶ୍ୱର : ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ନିର୍ଭୟ କ୍ରୁଜ ମିଶାଇଲ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଭଦ୍ରକ ଜିଲା ଅବଦୁଲ କଲାମ ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ସକାଳ ୧୦.୩୦ ମନିଟ ସମୟରେ ଉତକ୍ଷେପଣ କରାଯାଇଥିଲା। ତେବେ ଉତକ୍ଷେପଣର ୮ ମିନିଟ ପରେ ଏହାର ବୈଷୟିକ ତ୍ରୁଟି ଦେଖା ଦେବାରୁ ଏହାକୁ ଆକାଶରେ ହିଁ ନଷ୍ଟ କରାଯାଇଛି। ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିଲୋମିଟର ରହିଛି। ବିଗତ ୩୫ ଦିନ ଭିତରେ ନିର୍ଭୟ ହେଉଛି ଦଶମ କ୍ଷେପଣାସ୍ତ୍ର ପରୀକ୍ଷା। ଚାଇନାର ଯୁଦ୍ଧଖୋର ମନୋବୃତ୍ତି ଦେଖି ପ୍ରତି ଚାରି ଦିନରେ ଗୋଟିଏ ଲେଖାଏ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଉଛି। ନିର୍ଭୟ ହେଉଛି ସବ ସୋନିକ କ୍ଷେପଣାସ୍ତ୍ର, ଯାହା ୦.୭ ମାକ ଗତିରେ ଯାଇ ଲକ୍ଷ୍ୟଭେଦ କରିପାରେ। ଏହି ବ୍ୟାବହାରିକ ପରୀକ୍ଷଣ ବିଫଳ ହେବା ବୈଜ୍ଞାନିକଙ୍କ ମଧ୍ୟରେ ଚିନ୍ତା ଉଦ୍ରେକ କରିଥିଲାବେଳେ ଖୁବ୍‌ଶୀଘ୍ର ଏହାର ପୁନଃ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରାୟ ୧୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ନିର୍ଭୟର ଲମ୍ବ ୬ ମିଟର (୨୦ଫୁଟ), ମୋଟେଇ .୫୨ ମିଟର (୧.୭ ଫୁଟ)। ଏହା ୨୦୦ରୁ ୩୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଶେଷଥର ପାଇଁ ଏହା ୨୦୧୯ ମସିହା ଏପ୍ରିଲ ୧୫ ତାରିଖରେ ପରୀକ୍ଷା କରାଯାଇଥିଲା। ଏହା ଥିଲା ନିର୍ଭୟର ଷଷ୍ଠ ବ୍ୟବହାରିକ ପରୀକ୍ଷଣ ଓ ଏହା ସଫଳ ମଧ୍ୟ ହୋଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories