www.samajalive.in
Thursday, December 11, 2025
18.1 C
Bhubaneswar

ଜିତେନ୍ଦ୍ରଙ୍କୁ ଚିକିତ୍ସାର ସହାୟତା ବଢାଇଲା ମାହେଶ୍ୱରୀ

ବଲାଙ୍ଗିର: ଦୀର୍ଘ ୧୦ ବର୍ଷ ହେଲା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଗାରେଡି କରୁଥିଲେ । ହେଲେ ଘା’ ଶୁଖିବା ବଦଳରେ ଦିନକୁ ଦିନ ଭୟଙ୍କର ରୂପ ନେଇସାରିଛି। ଏଭଳି ଏକ ଯନ୍ତ୍ରଣା ଭିତରେ ରହୁଥିବା ପାଟଣାଗଡ ଅଞ୍ଚଳର ଜିତେନ୍ଦ୍ର ବରିହା ନାମକଙ୍କ ଯୁବକଙ୍କୁ ସହାୟତାର ହାତ ବଢାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହେଶ୍ୱରୀ। ଏ ନେଇ ଜିତେନ୍ଦ୍ରଙ୍କୁ ସ୍ୱେଚ୍ଛାସେବୀମାନେ ବିନା ଖର୍ଚ୍ଚରେ ତାଙ୍କ ଚିକିତ୍ସା ଖର୍ଚ୍ଚ କରେଇବା ନିଷ୍ପତ୍ତି ନେଇଛନ୍ତି। ଏହା ସହ ଅସ୍ତ୍ରୋପ୍ରଚାର କିଭଳି ସଫଳ ହେବ ତାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ।
ତେବେ ଆଜି ବଲାଙ୍ଗିର ମେଡିକାଲକୁ ଆଣି ଡାକ୍ତରଙ୍କୁ ଦେଖାଇଛନ୍ତି। ଜିତେନ୍ଦ୍ରଙ୍କ କହିବା ଅନୁସାରେ, ତାଙ୍କୁ ଦୀର୍ଘ ୧୦ ବର୍ଷ ପୂର୍ବେ ଏକ ବିଷାକ୍ତ ସାପ କାମୁଡିଥିଲା। ଏ ନେଇ ତାଙ୍କ ପରିବାର ଲୋକ ଗୁଣି ଗାରେଡି କରିଥିଲେ। ହେଲେ ତାହା କମିଲା ନାହିଁ। କାମ କରି ପରିବାର ପ୍ରତିପୋଷଣ କରୁଥିବା ଜିତେନ୍ଦ୍ର ଶେଷରେ ଅକାମୀ ହୋଇ ଘରେ ପଡି ରହିଲେ। ହେଲେ ଦୀର୍ଘ ଦିନ ପରେ ସ୍ୱେଚ୍ଛାସେବୀମାନେ ଚିକିତ୍ସା ପାଇଁ ଆତ୍ମବିଶ୍ୱାସ ବଢାଇବା ସହ ସହଯୋଗର ହାତ ବଢାଇବା ପରେ ପୁଣି ମନରେ ଥରେ ଚାଲିବାର ଆଶା ସଞ୍ଚାର ହୋଇଛି। ଏ ନେଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆଜିଠୁ ଆରମ୍ଭ ହୋଇଛି। ଲୋଇସିଂହା ସଭାପତି ଦେବାସିଷ ବିଶୋଇ ରାଜବାଲୁଙ୍କେଶ୍ୱର ନନ୍ଦଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories