www.samajalive.in
Monday, December 8, 2025
27.1 C
Bhubaneswar

‘ସମାଜ’ ପ୍ରଭାବ: ୨୧ଥର ଆଧାରକାର୍ଡ଼ ଫଟୋ ଉଠାଇବା ଘଟଣା, ଜିତେନ୍ଦ୍ର ପାଇଲେ ଆଧାରକାର୍ଡ଼

ଫୁଲବାଣୀ/ଖଜୁରିପଡ଼ା: ଶେଷରେ ସମାଜର ପ୍ରୟାସ ସଫଳ ହୋଇଛି। ୨୧ ଥର ଆଧାରକାର୍ଡ଼ ଫଟୋ ଉଠାଇ ସବୁବେଳେ ବିଫଳ ହୋଇଥିବା ହିତାଧିକାରୀ ଜିତେନ୍ଦ୍ର କୁମାର ସେଠୀ ଶେଷରେ ନିଜ ଆଧାରକାର୍ଡ଼ ପାଇବାରେ ସଫଳ ହୋଇଛନ୍ତି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିତେନ୍ଦ୍ରଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଆଧାରକାର୍ଡ଼ ନକଲ ପ୍ରଦାନ କରାଯାଇଛି। ତେବେ ଦୀର୍ଘବର୍ଷ ଧରି ଜିତେନ୍ଦ୍ର ଏଥିପାଇଁ ଚେଷ୍ଟା କରିଥିଲେ କିନ୍ତୁ ବାରମ୍ବାର ବିଫଳ ହୋଇଥିଲେ। ଏନେଇ ‘ସମାଜ’ରେ ଲଗାତାର ଭାବେ ଖବର ପ୍ରକାଶ ପାଇଥିଲା। ଏହାକୁ ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଗୁରୁତ୍ୱର ସହିତ ଗ୍ରହଣ କରିଥିବାରୁ ଏହା ସଫଳ ହୋଇଛି।

ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ କହଁରଙ୍କ ସମେତ, ଏବିଡ଼ିଓ ଦିବ୍ୟ ସିଂହ କହଁର, କମ୍ପ୍ୟୁଟର ଲାବ୍‍ର ଜିଲା କର୍ମଚାରୀ କୃପାସିନ୍ଧୁ ସାମଲ ଓ ଆଧାର କାର୍ଡ଼ ଅପରେଟର ବଚଦ ଦିଗାଲ ପ୍ରମୁଖଙ୍କ ଉପସ୍ଥିତିରେ ଜିତେନ୍ଦ୍ରଙ୍କୁ ପ୍ରଦାନ କରାଯାଇଛି ଆଧାରକାର୍ଡ଼। ଆଧାରକାର୍ଡ଼ ପାଇବା ପରେ ଜିତେନ୍ଦ୍ରଙ୍କ ମନରେ ଯେଉଁ ଅସରନ୍ତି ଖୁସି ସୃଷ୍ଟି ହୋଇଥିଲା ତାହା ନ ଦେଖିବା ଲୋକ ବିଶ୍ୱାସ କରିପାରିବ ନାହିଁ। ସେ ନିଜର ହକ୍‍ ପାଇ ପାରିଥିବା ଯୋଗୁଁ ବ୍ଳକ ପ୍ରଶାସନ ଓ ସମାଜ ଖବର କାଗଜକୁ ସାଧୁବାଦ ଦେବା ସହିତ ବର୍ତ୍ତମାନ ସେ ସରକାରଙ୍କ ଅନ୍ୟ ଯୋଜନାରେ ନିଜକୁ ସାମିଲ୍‍ କରିବାରେ ଏହି ଆଧାରକାର୍ଡ଼ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

- Advertisement -

ପ୍ରକାଶ ଯେ, ୨୧ଥର ଆଧାରକାର୍ଡ଼ ଉଠାଇଥିଲେ ମଧ୍ୟ ତାହା ସଫଳ ହୋଇନଥିବା ଯୋଗୁଁ ଜିତେନ୍ଦ୍ର ସମସ୍ତ ଯୋଜନାରୁ ବଂଚିତ ହୋଇଥିବା ନେଇ ଖବର ପ୍ରକାଶ ପରେ ଗତ ଦିନରେ ବ୍ଳକ ପ୍ରଶାସନ ପକ୍ଷରୁ ଜିତେନ୍ଦ୍ରକୁ ରାସନକାର୍ଡ଼ରେ ସାମିଲ୍‍ କରାଯାଇ ୨ ମାସର ଚାଉଳ ମଧ୍ୟ ପ୍ରଦାନ କରାଯାଇଥିଲା। ପୂର୍ବରୁ ପରିବାରର ଅନ୍ୟ ସମସ୍ତଙ୍କ ନାମରେ ଚାଉଳ ମିଳୁଥିଲେ ମଧ୍ୟ ଜିତେନ୍ଦ୍ରଙ୍କ ନାମରେ ଚାଉଳ ମିଳୁନଥିଲା। ପରବର୍ତ୍ତି ସମୟରେ ଗତ ୫ ତାରିଖରେ ବ୍ଳକ ପ୍ରଶାସନ ଉପସ୍ଥିତିରେ ୨୨ତମ ଆଧାରକାର୍ଡ଼ ଫଟୋ ଉଠାଯାଇଥିଲା। ଖଜୁରିପଡ଼ା ବିଡ଼ିଓଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଧାର ପାଇଁ ଫଟୋ ଉତ୍ତୋଳନ ହୋଇଥିବା ବେଳେ ଏଥିରେ ହାଇଦ୍ରାବାଦରୁ ୟୁଆଇଡ଼ିଏଆଇର ଆସିଷ୍ଟାଣ୍ଟ ମ୍ୟାନେଜର ଭେଙ୍କଟେସ୍‍ ଛେନୁପାଲ୍‍ ନିଜେ ଅନ୍‍ ଲାଇନ୍‍ରେ ରହି ଫଟୋ ଉତ୍ତୋଳନ ଠିକ୍‍ ଭାବେ ହେଉଛି କି ନାହିଁ ତାହାର ତଦାରଖ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories