www.samajalive.in
Monday, December 8, 2025
13.1 C
Bhubaneswar

ସର୍ବଭାରତୀୟ ସଂସ୍କୃତ ପ୍ରତିଯୋଗିତାରେ ସୃଜନୀ ଦ୍ୱିତୀୟ

ବଲାଙ୍ଗିର: ସଂସ୍କୃତ ଶିକ୍ଷାଦାନ ତଥା ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟରତ ଗୋଧୂଳି ଏକାଡେମୀ ଜାମସେଦପୁର ଆନୁକୂଲ୍ୟରେ ସର୍ବଭାରତୀୟ ଅନଲାଇନ ସଂସ୍କୃତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାରୀ ଅଙ୍ଗନୱାଡି କେନ୍ଦ୍ର କୋମନାର ବାଳବୋଧର ଛାତ୍ରୀ ସୃଜନୀ ଶୁଭଲକ୍ଷ୍ମୀ ଉପ କନିଷ୍ଠ ୫ ବର୍ଷରୁ କମ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏହି ସଫଳତା ନେଇ ସେ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହା ସହ ଏକାଡେମୀର ଅନଲାଇନ ସଂସ୍କୃତ ଶିକ୍ଷାଦାନ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରକାଶ ଥାଉକି ସୃଜନୀ ଅଳ୍ପ ବୟସରେ ଜନଗଣ ଜାତୀୟ ସଙ୍ଗୀତ ନିର୍ଭୁଲ ଓ ଆବେଗପୂର୍ଣ୍ଣ ଗାୟନ ବେଶ ଜନାଦୃତ ହୋଇଥିଲା। ସେ ବଲାଙ୍ଗିର ଆକାଶବାଣୀ ଉଦଘୋଷକ ଓଁ ପ୍ରଣବ ନାୟକଓ ଶିଳ୍ପୀ କଲ୍ଲୋଳିନୀ ମିଶ୍ରଙ୍କ ପୁତ୍ରୀ ତଥା ପ୍ୟାଲେସ ଲାଇନ ନିବାସୀ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରାଣବନ୍ଧୁ ନାୟକଙ୍କ ପୌତ୍ରୀ ଅଟନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories