www.samajalive.in
Thursday, December 11, 2025
18.1 C
Bhubaneswar

ରାଜେନ୍ଦ୍ର କଲେଜରେ ଛାତ୍ରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ; ଗାଡି ମଡେଇ ମାରିବାକୁ ଥିଲା ଯୋଜନା

ବଲାଙ୍ଗିର : ବଲାଙ୍ଗିର ରାଜେନ୍ଦ୍ର କଲେଜରେ ଜଣେ ଛାତ୍ରଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ଉପରେ ଗାଡି ମଡେଇ ମାରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ଛାତ୍ର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ବାଇକ ଚୁରମାର ହୋଇଯାଇଥିବା ବେଳେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ଏହା ପ୍ରଥମ ଥର ନୁହେଁ ପୂର୍ବରୁ ଏଭଳି ଦୁଇ ଥର ଆକ୍ରମଣ କରାଯାଇଥିବା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ବଲାଙ୍ଗିର ଲୋଇସିଂହା ବ୍ଲକ ସରଗାଡ ଗାଁର ଜିତୁ ସାହୁ। ସୋମବାର ରାଜେନ୍ଦ୍ର କଲେଜକୁ ପିଜି ପରୀକ୍ଷା ଦେବାକୁ ତାଙ୍କ ସହପାଠୀଙ୍କ ସହ ଆସିଥିଲେ। ପରୀକ୍ଷା ୨ରୁ ୪ଟା ଯାଏଁ ଥିବା ବେଳେ ୪ଟାରେ ପରୀକ୍ଷା ଦେଇ ବାହରିଥିଲେ। କଲେଜ କ୍ୟାମ୍ପସ ସମ୍ମୁଖରେ ବିପିନ କୁମାର ମେହେର ନାମକ ଯୁବକ ଏକ କାରରେ ତାଙ୍କୁ ଧକ୍କା ଦେଇଥିଲା। ହେଲେ ସେ ଅଳ୍ପକେ ଭର୍ତ୍ତିଥିବା ବେଳେ ଗାଡି ଚୁରମାର ହୋଇଯାଇଥିବା ଲିଖିତ ଅଭିଯୋଗ କରିଛନ୍ତି। ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଦୁଇ ଥର ଏଭଳି କାଣ୍ଡ ତାଙ୍କ ସହ ହୋଇଥିବା ଛାତ୍ର ଶ୍ରୀ ସାହୁ କହିଛନ୍ତି। ଏନେଇ ଘଟଣାସ୍ଥଳରୁ ହିଁ ସେ ଟାଉନ ଥାନ ପିସିଆରକୁ ଫୋନ କରି ସହାୟତା ମାଗିଥିଲେ। ପରେ ପିସିଆର ପହଞ୍ଚି ଥିବା ବେଳେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତେବେ ତାଙ୍କ ସହପାଠୀ ତାଙ୍କୁ ଉଦ୍ଧାର କରିନଥିଲେ ହୁଏ ତ ଆଜି ସେ ବଞ୍ଚିନଥାନ୍ତେ ବୋଲି ସେ କହିଛନ୍ତି। ତେବେ ଜୀବନ ପ୍ରତି ବିପଦ ଥିବା ବେଳେ ଏନେଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories