www.samajalive.in
Sunday, December 7, 2025
14.1 C
Bhubaneswar

କ୍ଳାଟ୍ ପରୀକ୍ଷାରେ କୃତୀତ୍ୱ ଆଣିଲେ ଅଭିସ୍ମିତା ଶ୍ୟାମଳୀ

ବଲାଙ୍ଗିର: ସର୍ବଭାରତୀୟ କମନ ଲ’ ଆଡମିଶନ୍ ଟେଷ୍ଟ (କ୍ଳାଟ୍) ପରୀକ୍ଷାରେ ବଲାଙ୍ଗିରର ଛାତ୍ରୀ ଅଭିସ୍ମିତା ଶ୍ୟାମଳୀ ମିଶ୍ର କୃତିତ୍ୱ ଅର୍ଜନ କରି ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସର୍ବଭାରତୀୟ କ୍ଳାଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଅଭିସ୍ମିତା ଶ୍ୟାମଳୀ ଜିଲାର ପ୍ରଥମ ଛାତ୍ରୀ ବୋଲି କୁହାଯାଇଛି। ଗତ ସେପ୍ଟେମର ମାସରେ କ୍ଳାଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୨୨ଟି ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ପାଇଁ ଏହି କ୍ଳାଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟରେ ଥିବା ଏହି ୨୨ଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ପାଇଁ ଚଳିତ ବର୍ଷ ଦେଶର ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ଅଭିସ୍ମିତା ଉତ୍ତୀର୍ଣ୍ଣ ହେବା ପରେ କଟକ ସ୍ଥିିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ତାଙ୍କର ଆଡମିସନ୍ ହୋଇଥିବା ଜଣାପଡିଛି। ସାମ୍ବାଦିକ ଅରୁଣ ମିଶ୍ର ଓ ବଲାଙ୍ଗିର ପବ୍ଳିକ୍ ସ୍କୁଲ ଶିକ୍ଷୟିତ୍ରୀ କବିତା ମିଶ୍ରଙ୍କ ଏକ ମାତ୍ର ଝିଅ ଅଭିସ୍ମିତା ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ପ୍ରଥମରୁ ଯୁକ୍ତଦୁଇ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ସେ ୮୬.୭ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ପ୍ରଥମ ଥର କ୍ଳାଟ୍ ପରୀକ୍ଷା ଦେଇ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ସ୍କୁଲରେ ବିଭିନ୍ନ ଶ୍ରେଣୀରେ ବକ୍ତୃତା, ଗୀତ, ବିଭିନ୍ନ ଖେଳ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଅଭିସ୍ମିତା ଦୁଇଟି ସର୍ଟ ଫିଲ୍ମରେ ମଧ୍ୟ ନିଖୁଣ ଅଭିନୟ କରିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories