www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟର ୨ଟି ବିଧାନସଭା ଉପନିର୍ବାଚନ : ବିଜେଡି ଓ ବିଜେପିର ନିର୍ବାଚନୀ ଅସ୍ତ୍ର ଅନୁକମ୍ପା ଭୋଟ୍‌

ଭୁବନେଶ୍ଵର : ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ସେହି ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ନଭେମ୍ବର ୩ ତାରିଖରେ ଏହି ଦୁଇଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ରାଜ୍ୟରେ କରୋନା ସଙ୍କଟ ମଧ୍ୟରେ ବି ରାଜନୌତିକ ପାଣିପାଗ ଗରମ ହେବାରେ ଲାଗିଲାଣି ।  ଏହି ଦୁଇଟି ସ୍ଥାନରେ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । କାରଣ ଏହି ଦୁଇଟି ସ୍ଥାନରେ ରାଜ୍ୟର ଶାସକ ଦଳ ବିଜେଡି ଏବଂ ବିରୋଧୀ ଦଳ ବିଜେପି ଅନୁକମ୍ପା ଭୋଟ୍ କୁ ନିର୍ବାଚନୀ ଅସ୍ତ୍ର କରି ମଇଦାନକୁ ଓହ୍ଲାଇଛନ୍ତି । ଦୁଇଟି ବିଧାନସଭା ଉପନିର୍ବାଚନରେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇ ପଡିଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜୁ ଜନତା ଦଳ ଟିକଟ ଦେଇଥିବା ବେଳେ ବିଜେପି ମଧ୍ୟ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ବାଲେଶ୍ୱର ଓ ତିର୍ତ୍ତୋଲ  ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉଭୟ ବିଜେପି, ବିଜେଡି ଏବଂ କଂଗ୍ରେସ ପାର୍ଥୀ ଘୋଷଣା କରିସାରିଛନ୍ତି । ଗତକାଲି ଭାରତୀୟ ଜନତା ପାର୍ଟି ଦୁଇ ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ତାର ପାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ବିଜୁ ଜନତା ଦଳ ଏବଂ  କଂଗ୍ରେସ ପକ୍ଷରୁ ପାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ସଦ୍ୟ ଆସି ବିଜେପିରେ ଯୋଗ ଦେଇଥିବା ରାଜକିଶୋର ବେହେରାଙ୍କୁ ଟିକେଟ ଦିଆଯାଇଥିବା ବେଳେ ବାଲେଶ୍ୱର ସଦର ପାଇଁ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଆଜି ତିର୍ତ୍ତେ।ଲ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଏବଂ ବାଲେଶ୍ୱରରେ ସ୍ୱରୂପ କୁମାର ଦାସଙ୍କୁ ଟିକେଟ ଦିଆଯାଇଛି । ସେହିପରି କଂଗ୍ରେସ ପକ୍ଷରୁ ତିର୍ତ୍ତୋଲ୍ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଟିକଟ ଦିଆଯାଇଥିବା ବେଳେ ବାଲେଶ୍ବର ପାଇଁ ମମତା କୁଣ୍ଡୁଙ୍କୁ ଟିକଟ ଦିଆଯାଇଛି ।

- Advertisement -

ତେବେ ଓଡ଼ିଶାର ରାଜନୀତି ମଇଦାନରେ ଯେତେସବୁ ଉପନିର୍ବାଚନ ହୋଇଛି, ସେଥିରେ ନିର୍ଣ୍ଣାୟକ ଭୂମିକା ନେଇଛି ଅନୁକମ୍ପା ଭୋଟ୍ । ଦିବଂଗତ ବିଧାୟକ କିମ୍ବା ସାଂସଦ ପୁଅ ଅବା ସ୍ତ୍ରୀଙ୍କୁ ପ୍ରାର୍ଥୀ କରି ନିର୍ବାଚନ ଲଢ଼େଇରେ ସଫଳ ହୋଇଛନ୍ତି ରାଜନୈତିକ ଦଳ । ଜନ ସାଧାରଣଙ୍କ ସ୍ୱାର୍ଥ ହେଉ କି ବିକାଶ କାର୍ଯ୍ୟ କରିବାର ଦକ୍ଷତା କିଏ ରଖୁଛି ତାହା କୌଣସି ଉପନିର୍ବାଚନରେ ଦେଖିବାକୁ ମିଳେନି । କେବଳ ଭାବପ୍ରବଣ ଓଡ଼ିଆ ଜନତା ଆବେଗ ଓ ଭାବପ୍ରବଣତାକୁ ଅନୁକମ୍ପା ଭୋଟ୍‌ରେ ହାତେଇବା ପାଇଁ  ଦିବଂଗତ ବିଧାୟକ କିମ୍ବା ସାଂସଦଙ୍କ ପୁଅ ଅବା ସ୍ତ୍ରୀଙ୍କୁ ଟିକଟ ଦେଇଥାନ୍ତି ରାଜନୈତିକ ଦଳ । ଓଡିଶାରେ ଦିର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ପାଇଁ ଅନୁକମ୍ପା ଭୋଟରେ ବିଜୟୀ ହେବା କିଛି ନୂଆ କଥା ମଧ୍ୟ ନୁହେଁ କାରଣ  ବିଜେପୁର ଉପନିର୍ବାଚନରେ ସ୍ୱର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁ ଓ ପାଟକୁରାରେ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ଟିକେଟ ଦେଇ ଅନୁକମ୍ପା ଭୋଟ ହାତେଇବାକୁ ବିଜେଡି ସଫଳ ହୋଇଛି । ଓଡ଼ିଶାରେ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ଅନୁକମ୍ପାର ଷ୍ଟ୍ରାଟେଜି ପ୍ରୟୋଗ କରି ବାଜିମାତ କରିଥିବା ବେଳେ ଏହି ଦୁଇ ନିର୍ବାଚନରେ ଫଳାଫଳ କଣ ହେବ ତାହାର ଚିତ୍ର ନଭେମ୍ବର ୧୦ରେ ଭୋଟ ଗଣତି ପରେ ସ୍ପଷ୍ଟ ହେବ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories