www.samajalive.in
Monday, December 8, 2025
14.1 C
Bhubaneswar

ଦୁଇ କରୋନା ଯୋଦ୍ଧାଙ୍କ ସମେତ ୩୫ ସଂକ୍ରମିତ, ସୁସ୍ଥହୋଇ ହୋଇ କାର୍ଯ୍ୟରେ ଯୋଗଦେଲେ ଟାଉନଥାନା ଅଧିକାରୀ

ଫୁଲବାଣୀ :ଆଜି କନ୍ଧମାଳ ଜିଲ୍ଲାରେ ଦୁଇ ଜଣ କରୋନା ଯୋଦ୍ଧାଙ୍କ ସମେତ ନୁଆ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୩୫ ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୭୩୫ ଜଣ ଅର୍ଥାତ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୯୨.୨୧ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ ଗତ ଦିନରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି ଫୁଲବାଣୀ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ। ଫୁଲବାଣୀ ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଅନ୍ୟମାନେ ସୁସ୍ଥ ହୋଇ ଫେରିଥିବା ଥାନା ଅଧିକାରୀଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଟାଉନଥାନାର ୨ ଅଧିକାରୀଙ୍କ ସମେତ ଅନ୍ୟମାନେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।
କନ୍ଧମାଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫ ଥିବାବେଳେ ଜିଲ୍ଲାରେ ବର୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ହାର ୦.୪୯ ପ୍ରତିଶତରେ ରହିଛି। ଆଉ ୩୭୫ ଜଣ ସଂକ୍ରମିତ ଅର୍ଥାତ ମୋଟ ସଂକ୍ରମିଙ୍କ ୭.୩୦ ପ୍ରତିଶତ ରୋଗୀ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଞ୍ଚଳରେ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲିଗୁଡା ବିଜ୍ଞାପିତ ଅଞ୍ଚଳର ଏବଂ ଗ୍ରାମାଞ୍ଚଳର ଜଣେ ଲେଖାଁଏ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସେହିପରି ଘୁ.ଉଦୟଗିରିର ଗ୍ରାମାଞ୍ଚଳରେ ୪ ଜଣ, କ.ନୁଆଗାଁର ଜଣେ, ଦାରିଙ୍ଗବାଡିର ୬ଜଣ, ଖଜୁରିପଡାର ୨ଜଣ, ଫିରିଙ୍ଗିଆ ୪, ରାଇକିଆ ୫, ଟିକାବାଲିର ୪, ତୁମୁଡିବନ୍ଧ ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି। ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories