www.samajalive.in
Saturday, December 6, 2025
19.1 C
Bhubaneswar

୫୮ ବର୍ଷ ପରେ ନବରାତ୍ରରେ ଶନି-ଗୁରୁ ର ବିରଳ ସଂଯୋଗ, ଜାଣନ୍ତୁ କେଉଁ ରାଶି ଉପରେ କ’ଣ ରହିବ ପ୍ରଭାବ

ନବରାତ୍ରିର ନଅ ଦିନିଆ ପର୍ବ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ୨୫ ପର୍ଯ୍ୟନ୍ତ ଚାଲିବ। ଏଥର ନବରାତ୍ରରେ ଶନି-ଗୁରୁ ଗ୍ରହର ବିରଳ ସଂଯୋଗ ଦେଖିବାକୁ ମିଳିଛି। ନବରାତ୍ରର ପ୍ରଥମ ଦିନରେ ସୂର୍ଯ୍ୟ ଭଗବାନ ମଧ୍ୟ ରାଶି ପରିବର୍ତ୍ତନ କରିବେ। ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବେ। ଅକ୍ଟୋବର ୧୭ ତାରିଖରେ ବୁଧ ଏବଂ ଚନ୍ଦ୍ର ମଧ୍ୟ ତୁଳା ରାଶିରେ ରହିବେ। ୧୮ ତାରିଖରେ ଚନ୍ଦ୍ର ବିଚ୍ଛା ରାଶିରେ ପ୍ରବେଶ କରିବେ। ତେବେ ଆସନ୍ତୁ ଜାଣିବା ଏଥର ନବରାତ୍ର ସମୟରେ କେଉଁ ଗ୍ରହର କି ପ୍ରଭାବ ରହିବ…

ମେଷ – ଏହି ରାଶି ପାଇଁ ବିବାହର ଯୋଗ ରହିଛି। ପ୍ରେମରେ ସଫଳତା ମିଳିବ। ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ମା’ଙ୍କୁ ଅବଶ୍ୟ ଆରାଧନ କରନ୍ତୁ।

- Advertisement -

ବୃଷ – ଏମାନେ ଶତ୍ରୁମାନଙ୍କ ଉପରେ ବିଜୟ ପାଇବେ। ରୋଗ ଦୂର ହେବ। ନବରାତ୍ରରେ ମା’ଙ୍କ ଉପାସନା କରନ୍ତୁ।

ମିଥୁନ – ସନ୍ତାନ ସୁଖ ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ଏବଂ ଧନ ଲାଭ ହେବ। ଏଥର ନବରାତ୍ର ବ୍ରତ ଅବଶ୍ୟ ରଖନ୍ତୁ।

ତୁଳା – ଏହି ରାଶି ପାଇଁ ସୁଖ-ସମୃଦ୍ଧି ରହିଛି। ଚିନ୍ତା କରୁଥିବା କାର୍ଯ୍ୟଗୁଡ଼ିକ ଠିକ୍ ସମୟରେ ସମାପ୍ତ ହେବ। ନବରାତ୍ରରେ ଉପବାସ ରଖ ଏବଂ ପୂଜା କର।

ବିଛା – ଅଯଥା ଖର୍ଚ୍ଚ ହେବ। ରୋଜଗାର କମ୍ ହୋଇପାରେ । ପରିବାର ସମ୍ବନ୍ଧୀୟ ଚିନ୍ତାଜନକ ଖବର ମିଳିପାରେ ।

ଧନୁ – ଏହି ନବରାତ୍ର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

କର୍କଟ – ମା ଠାରୁ ସୁଖ ପାଇବେ। ସମୃଦ୍ଧି ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ସହିତ ସମ୍ମାନ ମିଳିବ। ଦୁର୍ଗା ମା’ଙ୍କୁ ପୂଜା କରନ୍ତୁ ।

ସିଂହ – ଶକ୍ତି ଭଲ ହେବ ଏବଂ ପରାକ୍ରମ ରହିବେ। ଆଶା କରାଯାଉଥିବା ଫଳ ମିଳିବ। ଭାଇ ଠାରୁ ସାହାଯ୍ୟ ମିଳିବ। ନବରାତ୍ରିରେ ମା ଦୁର୍ଗାଙ୍କୁ ପୂଜା କରନ୍ତୁ।

କୁମାରୀ – ସ୍ଥାୟୀ ସମ୍ପତ୍ତିରୁ ଲାଭବାନ ହୋଇପାରନ୍ତି। ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଦୁର୍ଗା ମା’ଙ୍କୁ ପୂଜା କରନ୍ତୁ ।

ମକର – ଏହି ଲୋକଙ୍କୁ ଅନାବଶ୍ୟକ କାର୍ଯ୍ୟ କରିବାକୁ ପଡିପାରେ। ସମୟ ଅଭାବ ଏବଂ ମାନସିକ ଚାପ ରହିବ।

କୁମ୍ଭ – ଏହି ରାଶି ପାଇଁ ଭାଗ୍ୟ ଅଭିବୃଦ୍ଧିର ସମୟ ରହିଛି। ସହକର୍ମୀଙ୍କଠାରୁ ସାହାଯ୍ୟ ପାଇବେ। କାର୍ଯ୍ୟ ସମାପ୍ତ ହେବ।

ମୀନ – ଗାଡି ଚଳାଇବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି। ଶତ୍ରୁମାନଙ୍କ ଯୋଗୁଁ ସମସ୍ୟା ହୋଇପାରେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories