www.samajalive.in
Tuesday, December 9, 2025
23.1 C
Bhubaneswar

୨୦ ହଜାର ଟଙ୍କା କରଜ ଶୁଝିବା ଲାଗି ୧୫ ମାସ ହେଲା ଦମ୍ପତି ଖଟୁଛନ୍ତି ଗୋତି; ସୁଧ ସହ ମୂଳ ହେଲାଣି ୫୦ ହଜାର

କରଜ ନେଇଥିଲେ ୨୦ ହଜାର ଟଙ୍କା । ଋଣ ପରିଶୋଧ କରିବାରେ ସଫଳ ନ ହେବାରୁ ୧୫ ମାସ ହେଲା ଏକ ଦମ୍ପତ୍ତି ସାହୁକାର ଘରେ ମୂଲ ଲାଗୁଛନ୍ତି । ୧୫ ମାସ ଗଲାଣି, ତଥାପି ଋଣ ଆଉ ସୁଧ ପରିଶୋଧ ହୋଇପାରି ନାହିଁ । ଓଲଟି ମୂଳ ଓ ସୁଧ ମିଶି ୫୦ ହଜାର ଟଙ୍କାରେ ପହଞ୍ଚିଲାଣି । ଏପରି ଏକ ସ୍ପର୍ଶକାତର ଘଟଣାର ସୂଚନା ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲାରୁ। ଏବେ ସାମାଜିକ କର୍ମୀ ଓ ବନ୍ଧୁଆ ମୁକ୍ତି ମୋର୍ଚାର ସାଧାରଣ ସମ୍ପାଦକ ନିର୍ମଳ ଅଗ୍ନିଙ୍କ ଉଦ୍ୟମ ପରେ ପ୍ରଶାସନ ଘଟଣାରେ ହସ୍ତକ୍ଷେପ କରିଛି । ଏହି କରଜଦାର ଦମ୍ପତିଙ୍କୁ କରଜଦାରଙ୍କଠାରୁ ମୁକ୍ତି କରାଯାଇଛି ।

ବନ୍ଧୁଆ ମୁକ୍ତି ମୋର୍ଚାର ସାଧାରଣ ସମ୍ପାଦକ ନିର୍ମଳ ଅଗ୍ନିଙ୍କ ସୂଚନା ଅନୁସାରେ ଏହି ଦମ୍ପତି କାଶ୍ମୀରୀ ସର୍ଦାର ନାମକ ଜଣେ ଋଣଦାତାଙ୍କଠାରୁ ୨୦ ହଜାର ଟଙ୍କା କରଜ ନେଇଥିଲେ । ମାତ୍ର ଋଣ ସୁଝି ପାରି ନ ଥିଲେ । ଫଳରେ ସେମାନଙ୍କୁ ଗତ ୧୫ ମାସ ଧରି ବିନା ମଜୁରୀରେ କରଜଦାତାଙ୍କ ଲାଗି କାମ କରିବାକୁ ପଡ଼ୁଥିଲା  । ତଥାପି ତାଙ୍କର ଋଣ ପରିଶୋଧ ହୋଇ ନ ଥିଲା । କରଜଦାର ମୂଳ ଓ ସୁଧ ବାବଦରେ ଆହୁରି ୫୦ ହଜାର ଟଙ୍କା ଦାବି କରିଥିଲେ । ଏ ସମ୍ପର୍କରେ ଗୁନା ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ସେମାନଙ୍କୁ ମୁକ୍ତ କରାଯାଇ ମଜୁରୀ ଅଧିନିୟମ ୧୯୭୬ ଅଧୀନରେ ସେମାନଙ୍କର ବୟାନ ରେକର୍ଡ଼ କରାଯାଇଛି । ବଣ୍ଡେଡ୍ ଲେବର ପ୍ରାକ୍ଟିସେସ୍ ଆକ୍ଟ ୧୯୭୬ ଧାରା ୧୬ ଓ ୧୭ଅନୁସାରେ ସେମାନଙ୍କ ପୁନଃ ଥଇଥାନ କରାଯାଇଛି । ନିୟମ ଅନୁସାରେ ସେମାନଙ୍କ ପୁନର୍ବାସ ନିମନ୍ତେ ୨ ଲକ୍ଷ ଟଙ୍କା, ଜମି, ରେସନକାର୍ଡ଼ ଓ ମନରେଗା କାର୍ଡ଼ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories