www.samajalive.in
Saturday, December 6, 2025
19.1 C
Bhubaneswar

ଏତଲା ନଥିଲେ ବି ପୀଡ଼ିତାଙ୍କ ବୟାନ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ମହିଳାଙ୍କ ବିରୋଧରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ଏତଲା ଦାୟର ହୋଇଥାଉ ଅବା ନ ଥାଉ, ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ସର୍ବାଧିକ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ଏଥିରେ ନିର୍ଦେଶ ଦିଆଯାଇଛି। ମହିଳାଙ୍କ ପ୍ରତି ହେଉଥିବା ଅପରାଧର ମୁକାବିଲାରେ କୌଣସି ତ୍ରୁଟି ଘଟିଲେ ଏହାର ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ଦେଶ ଦିଆଯାଇଛି।

ଉତ୍ତରପ୍ରଦେଶର ହାଥରସ ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ଉତ୍ତରପ୍ରଦେଶ ପୁଲିସର ଭୂମିକାକୁ ନେଇ ବିଭିନ୍ନ ମହଲରେ ସମାଲୋଚନାର ସ୍ବର ତୀବ୍ର ହେବା ପରିପ୍ରେକ୍ଷୀରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ପତ୍ର ଲେଖିଛି। ଏତଦ୍ବ୍ୟତୀତ ଅଧିକାଂଶ ଦୁଷ୍କର୍ମ ମାମଲାରେ ପୁଲିସର ଆଚରଣକୁ ନେଇ ପ୍ରଶ୍ନ ଉଠିଥିବାରୁ ଏତଲା ରଖିବାରେ ପୁଲିସ କୌଣସି ବାହାନା ନ କରିବାକୁ ଚିଠିରେ କୁହାଯାଇଛି। ମହିଳାଙ୍କ ଏତଲା ରଖିବାକୁ ପୁଲିସ ବାଧ୍ୟ ବୋଲି ସ୍ପଷ୍ଟ କରାଯାଇଛି। ପୁନଶ୍ଚ ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏଥିରେ ସୁପାରିସ କରାଯାଇଛି। ସେହିଭଳି ବଳାତ୍କାର ଘଟଣାର ତଦନ୍ତ ତଥା ଦୋଷୀକୁ ଚିହ୍ନଟ ପାଇଁ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଦ୍ବାରା ଜାରି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି) କଡ଼ାକଡ଼ି ପାଳନ କରାଯିବା ଉଚିତ ବୋଲି ଏଥିରେ ଉଲ୍ଲେଖ ରହିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories