www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ ମେଡିକାଲରେ ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସ ଅଭାବ ପୂରଣ ଦାବିରେ ଧାରଣାରେ ବସିବ ଜିଲ୍ଲା ମିଡ଼ିଆ ୟୁନିଅନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏପରି ସ୍ଥଳେ ନବରଙ୍ଗପୁର ଜିଲ୍ଲାରେ ଥିବା କୋଭିଡ ମେଡିକାଲରେ ଗୁରୁତର ରୋଗୀଙ୍କୁ ଦରକାର ପଡୁଥିବା ଭେଣ୍ଟିଲେଟର ଏବଂ ଆମ୍ବୁଲାନ୍ସ ର ଅଭାବ ଯୋଗୁଁ ରୋଗୀକୁ ବାହାରକୁ ପଠା ଯାଉଛି। ସାଧାରଣ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି । ଏଣୁ ନବରଙ୍ଗପୁର କୋଭିଡ ମେଡିକାଲରେ ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ସହ ଭେଣ୍ଟିଲେଟର ର ବ୍ୟବସ୍ଥା ସାଙ୍ଗକୁ ଅବଶ୍ୟକୀୟ ସରଞ୍ଜାମ ଖଞ୍ଜିତ ଆମ୍ବୁଲାନ୍ସ ଶୀଘ୍ର ଯୋଗାଇ ଦେବା ପାଇଁ ନବରଙ୍ଗପୁର ମିଡ଼ିଆ ୟୁନିୟନ (ଅନୁବନ୍ଧିତ ଓୟୁଜେ ) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଏହାର ସ୍ଥାୟୀ ସମାଧାନ ଆସନ୍ତା ୧୦ ଦିନ ମଧ୍ୟରେ କରିବାକୁ କୁହାଯାଇଥିଲା। ଏପରି ନ ହେଲେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ଧାରଣାରେ ବସିବ ବୋଲି ଚେତାବନୀ ଦେଇଥିଲା। ଇତି ମଧ୍ୟରେ ୧୦ ଦିନ ବିତିଯାଇ ଥିଲେ ମଧ୍ୟ ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରଇତ ଜିଲ୍ଲାପାଳ ଙ୍କ ସ୍ୱାସ୍ଥ୍ୟ ଠିକ ନଥିବା ଦର୍ଶାଇ ଆଉ ମୌଖିକ ଭାବେ ଆଉ ୭ ଦିନ ସମୟ ମାଗିଥିଲେ । ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ସନ୍ତୋଷଜନକ ଉତ୍ତର ମିଳିନଥିବା ଯୋଗୁଁ ଆଜି ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ତରଫରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇ ସଂଘ ର ନିଷ୍ପତି ଅନୁଯାଇ ଆସନ୍ତା ୧୨ ତାରିଖ ରେ ନବରଙ୍ଗପୁର ସହରସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତି ନିଆଯାଇଛି। ସାମ୍ବାଦିକଙ୍କ ଧାରଣାକୁ ନବରଙ୍ଗପୁର କଂଗ୍ରେସ ଦଳର ସଭାପତି ମୁନା ତ୍ରିପାଠୀ, ବିଜେପି ସଭାପତି ଜଗଦୀଶ ବିଷୋୟୀ, ଓକିଲ ସଂଘ ସମ୍ପାଦକ ସମରେଶ ଗନ୍ତାୟତ, ଆମେ ନବରଙ୍ଗପୁରିୟା ଗ୍ରୁପ, ମା ଘର ଅଧକ୍ଷା କାଦମ୍ବିନୀ ତ୍ରିପାଠୀ, ବସ ମାଲିକ ସଂଘ ସଭାପତି ପ୍ରକାଶ ତ୍ରିପାଠୀ, ଟ୍ରକ ମାଲିକ ସଂଘ, ବଣିକ ସଂଘ ଉପ ସଭାପତି ରାକେଶ ଗୁପ୍ତା, କଂଗ୍ରେସ ଜିଲ୍ଲା ଲିଗାଲସେଲ ଅଧକ୍ଷ ରାମ ପ୍ରସାଦ ପାତ୍ର, ଜନଜାତି ସୁରକ୍ଷା ମଞ୍ଚ ର ଆବାହକ ଗପିନାଥ ମାଝି, ମୂଳ ନିବାସୀ ବିକାଶ ପରିଷଦ ଆବାହକ ଚନ୍ଦ୍ରଧ୍ବଜ ମାଝି, ଟ୍ରାକ୍ଟର ମଲିକ ସଂଘ ସଭାପତି କାଁହୁ ଦାସ, କୃଷକ ବଜାର ସଂଘ, ଉଠା ଦୋକାନୀ ସଂଘ,କାଜୁ ମିଲ ସଂଘ ସହ ବହୁ ଅନୁଷ୍ଠାନ ତରଫରୁ ସାମ୍ବାଦିକଙ୍କ ଧାରଣାକୁ ସମ୍ପୂର୍ଣ ସମର୍ଥନ ଜଣାଇବା ସହ ନବରଙ୍ଗପୁର ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଧାରଣାରେ ସାମିଲ ହେବାପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଏନେଇ ନବରଙ୍ଗପୁର ସାଂସଦ ରମେଶ ମାଝି ମଧ୍ୟ ସାମ୍ବାଦିକଙ୍କ ଦାବିକୁ ସମର୍ଥନ ଜଣାଇବା ସହ ସେ ଏହି ବିଷୟରେ କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ଡାକ୍ତର ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏହାର ପ୍ରତିକାର ପାଇଁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଏହି ଆଲୋଚନା ଓ ପ୍ରସ୍ତୁତି ବୈଠକ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ କରାଯାଇଥିବା ବେଳେ ଉପ ସଭାପତି କିଶୋର ପଟନାୟକ, ସମ୍ପାଦକ ପି ପ୍ରକାଶ, ରବି ପଟନାୟକ, ଫାଲଗୁନି ପାତ୍ର, ଅଜିତ ନାୟକ, ଲକ୍ଷ୍ମୀକାନ୍ତ ପଣ୍ଡା, ଶ୍ରୀଧର ପାତ୍ର, ସିଏଚ ଈଶ୍ୱର ରାଓ, ଟିଟୁ ଦାସ, ପ୍ରମୁଖ ସାମିଲ ଥିଲେ ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories