www.samajalive.in
Wednesday, December 10, 2025
23.1 C
Bhubaneswar

ଗୋପବନ୍ଧୁ ସାହିତ୍ୟ ସଂସଦ ଦରପନ୍‍ ମହୋତ୍ସବ

ବରପାଲି: ବରପାଲି ବ୍ଲକ ତୁଲଣ୍ଡି ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଅଷ୍ଟମ ଦରପନ୍‍ ମହୋତ୍ସବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଯାଇଛି। ଉତ୍କଳମଣି କ୍ଲବ ପରିସରରେ ପରିଚାଳିତ ଉତ୍ସବକୁ ମୂଖ୍ୟଅତିଥି ସମାଜ ଖବରକାଗଜ ପୁର୍ବତନ ସଂପାଦକ ବାମପଦ ତ୍ରିପାଠୀଆନୁଷ୍ଟାନିକ ଭାବରେ ଉଦଘାଟନ କରିଥିଲେ। ଆଶୁତୋଷ ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟକ୍ରମକୁ କବି ବଟକୃଷ୍ଣ ସାହୁଙ୍କ ଦ୍ୱାରା ପରିଚୟ ପ୍ରଦାନ ସହ ପରିଚାଳିତ ହୋଇଥିଲା। ମୂଖ୍ୟବକ୍ତା ଭାବରେ ଅଶୋକ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କବିୟତ୍ରୀ ଅନୂସୟା ଦେବତା,ଅଧ୍ୟାପକ ରମାକାନ୍ତ ତ୍ରିପାଟୀ,ଜଗନ୍ନାଥ ପଧାନ,ପ୍ରେମାନନ୍ଦ ବେହେରା,କନିଷ୍କ କିଶୋର ସାହୁ,ସରୋଜ ତ୍ରିପାଠୀ,କୃଷ୍ଣଚନ୍ଦ୍ର ଭୋଇ,କମଲେସ ଭୋଇ ପ୍ରମୁଖ ମଞ୍ଚାଶିନ ହୋଇଥିଲେ। ଅତିଥି ମାନେ ସଭାକାଯ୭୍ୟ ପ୍ରାରମ୍ଭରୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୃତ୍ତି ସ୍ଥଳରେ ମାଲ୍ୟାପର୍ଣ ସହ ଭବମୟ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ। ପରେ ଗୋପବନ୍ଧୁଙ୍କ ଜିବନାଦର୍ଶନ,ମାନବିୟ ଭାବନା,ତ୍ୟାଗମୟ କାର୍ଯ୍ୟବଳୀ,ଦୃଢତା,ସମାଜସେବା ଓ ନିର୍ଭିକ ଦେଦୀ ଭାବକୁ ନେଇ ବିଶୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ମୂଖ୍ୟଅତିଥି ଶ୍ରୀଯୁକ୍ତ ତ୍ରିପାଠୀଙ୍କ ଦ୍ୱାରା ପାଞ୍ଚଜଣ ବିଶିଷ୍ଠ ସାହିତ୍ୟ ଅନୁରାଗିଙ୍କୁ ଦୟାନିଧି ମିଶ୍ର ସାହିତ୍ୟ ସମ୍ମାନରେ ଉତ୍ତରିୟ ଓ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ସେହିପରି ଅପରାହ୍ନରେ ବିଭିନ୍ନ କବି ଓ କବିୟତ୍ରୀ ମାନଙ୍କୁ ନେଇ ଦ୍ୱିତିୟ ପର୍ଯ୍ୟୟ କବିତା ପାଠତ୍ସବ ସୂଭାରମ୍ଭ ହୋଇଥିଲା। ସଂଯୋଜକ ଅଶୋକ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ କବି ବଟକୃଷ୍ଣ ସାହୁ ପରିଚୟ ପ୍ରଦାନ ସହ ସ୍ୱାଗତ ଜଣାଇଥିଲେ। ଭିନ୍ନଭିନ୍ନ ଶୈଳିର ଉଚ୍ଚ କୋଟିର କବିତା ମାନ ସ୍ଥାନ ପାଇବା ସହ କବି ମାନଙ୍କ ଦ୍ୱାରା ନିଜ ଶୈଳିରେ ପଠନ ହୋଇଥିଲା। ପରିଶେଷରେ ଲକ୍ଷ୍ମୀପ୍ରସାଦ ଥପା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories