www.samajalive.in
Monday, December 8, 2025
16.1 C
Bhubaneswar

ଅଫିସ ସିଲ୍ ପରେ ବିଏମସିକୁ ଅପରାଜିତାଙ୍କ ପ୍ରଶ୍ନ: ବିଜେଡ଼ି କାର୍ଯ୍ୟାଳୟ କେବେ ସିଲ ହେବ?

ଜନ୍ମଦିନ ପାଳନ ଅବସରରେ କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମସି ସିଲ୍ କରିଛି । ତାଲାରେ ନାଲି କପଡ଼ା ବାନ୍ଧି ଜଉମୁଦ ମାଳିଛି ।  ବିଏମସିର ଏହି ପଦକ୍ଷେପ ପରେ ଗର୍ଜିଛନ୍ତି ଅପରାଜିତା । କାର୍ଯ୍ୟାଳୟ ବାହାରେ ରାସ୍ତାରେ କରିଛନ୍ତି ଜନ ଦରବାର ଓ ସାମ୍ବାଦିକ ସମ୍ମିଳନୀ । ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡ଼ି କାର୍ଯ୍ୟାଳୟରେ କେବେ ତାଲା ପକାଇବ ବୋଲି ବିଏମସିକୁ ପ୍ରଶ୍ନ କରିଛନ୍ତି ।

ଅପରାଜିତା କହିଛନ୍ତି ଜନ୍ମଦିନ ପାଳନ ପାଇଁ ବହୁ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲେ । ୨ ମିନିଟ୍ ସେମାନଙ୍ ସହ ମିଶିଥିଲି, ସେମାନଙ୍କ ଭାବପ୍ରବଣତାକୁ ଦେଖି ଭାବନାତ୍ମକ ଭାବରେ ମହିଳାମାନଙ୍କ ସହ ମିଶି ଯାଇଥିଲି । ଲୋକଙ୍କ ଆଶୀର୍ବାଦରେ ନିର୍ବାଚିତ ହୋଇଛି, ସେମାନଙ୍କ ପାଇଁ କାମ କରୁଛି । ତେବେ କୌଣସି କୋବିଡ଼ ନିୟମ ଉଲ୍ଲଂଘନ କରିନାହିଁ । ପ୍ରଧାନମନ୍ତ୍ରୀଙ୍କ କୋବିଡ଼ ନିୟମ ଆମେ ସମସ୍ତେ ମାନୁଛୁ, ମାତ୍ର ଆକ୍ରୋଶମୂଳକ ଭାବରେ ତାଙ୍କ କାର୍ଯ୍ୟାଳୟ ସିଲ କରାଯାଇଥିବା ଉଲ୍ଲେଖ କରି ଅପରାଜିତ ବିଜେଡ଼ି ନେତାମାନେ ଭାଙ୍ଗିଥିବା କୋଭିଡ଼ ନିୟମର ୧୭ଟି ଫଟୋ ଓ ଭିଡ଼ିଓ ଦେଖାଇ ବିଜେଡ଼ି କାର୍ଯ୍ୟାଳୟ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ।

- Advertisement -

ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ଦିନ ବିଜେଡ଼ି କାର୍ଯ୍ୟାଳୟରେ ଶହଶହ ଲୋକ ଉପସ୍ଥିତ ଥିଲେ। ବିଜେଡ଼ି କାର୍ଯ୍ୟାଳୟରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗହଳି ଲାଗିଥିଲା । ଏହାର ଫଟୋ ଓ ଭିଡ଼ିଓ ଦେଖାଇ ବିଏମସି କାହିଁକି ବିଜେଡ଼ି କାର୍ଯ୍ୟାଳୟ ସିଲ କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି । ବିଏମସି ଯେଉଁ ନିୟମ ଆଧାରରେ ତାଙ୍କ କାର୍ଯ୍ୟାଳୟ ସିଲ କରିଛି ସେହି ନିୟମ କାହିଁକି ବିଜେଡ଼ି ପାଇଁ ଲାଗୁ ହେବ ନାହିଁ ବୋଲି ପଚାରିଛନ୍ତି ଅପରାଜିତା । ଆକ୍ରୋଶମୂଳକଭାବେ ତାଙ୍କ ଅଫିସକୁ ସିଲ୍ କରାଯାଇଛି , ବିକାଶର ପ୍ରକ୍ରିୟାକୁ ଭାଙ୍ଗିବା ପାଇଁ ଏଭଳି ଉଦ୍ୟମ ହେଉଛି । ମାତ୍ର ସେ ଏଥିରେ ଭୟ କରିବେ ନାହିଁ । ରାଜରାସ୍ତାରେ ବସି କାମ କରିବେ ବୋଲି ଅପରାଜିତା କହିଛନ୍ତି ।

ସେହିପରି ବିଜେଡ଼ି କାର୍ଯ୍ୟାଳୟର ଗହଳି ଫଟୋ ଓ ଭିଡ଼ିଓ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବେ ଏବଂ ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଦାବି କରିବେ ବୋଲି ଅପରାଜିତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories