ରଥ ଯାତ୍ରାରେ କଂଗ୍ରେସର ଟ୍ୱିଟ୍‍କୁ ନେଇ ବିବାଦ

0

ନୂଆଦିଲ୍ଲୀ: କେନ୍ଦ୍ରରେ ରାହୁଳ ଗାନ୍ଧି କଂଗ୍ରେସକୁ ମୁସଲିମ ଦଳ କହିଛନ୍ତି କି ନାହିଁ ଏହାକୁ ନେଇ ବିବାଦ ଥମି ନଥିବାବେଳେ ରଥ ଯାତ୍ରାକୁ ନେଇ କଂଗ୍ରେସ ଦ୍ୱାରା କରା ଯାଇଥିବା ଟ୍ୱିଟ୍‍କୁ ନେଇ ବିବାଦ ଦେଖା ଦେଇଛି। କଂଗ୍ରେସ ଦ୍ୱାରା ଟ୍ୱିଟ୍‍ରେ ଗୁଣ୍ଡିଚା ମନ୍ଦିର ତଥା ଘରକୁ ଗୁଣ୍ଡିଚା ଘାଟ ବୋଲି ଉଲ୍ଲେଖ କରାଯିବା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କଂଗ୍ରେସର ମିଡିଆ ସେଲ ଦ୍ୱାରା କରାଯାଉଥିବା ଟ୍ୱିଟ୍‍କୁ ନେଇ ବିଗତ ଦିନରେ ମଧ୍ୟ ଏକାଧିକ ଭୁଲ ତଥ୍ୟ ସୋସିଆଲ ମିଡିଆରେ ସମାଲୋଚିତ ହୋଇଛି। ପୁରୀ ରଥଯାତ୍ରାକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍ କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ପ୍ରକ୍ରିୟାରେ କଂଗ୍ରେସ ପକ୍ଷରୁ ମଧ୍ୟ ଟ୍ୱିଟ୍‍ କରାଯାଇ ଥିଲା। ତେବେ ତଥ୍ୟଗତ ଜ୍ଞାନର ଅଭାବ ହେତୁ ଗୁଣ୍ଡିଚା ମନ୍ଦିରକୁ ଟ୍ୱିଟ୍‍ରେ ଗୁଣ୍ଡିଚା ଘାଟ ବୋଲି ଉଲ୍ଲେଖ କରାଯାଇ ଥିଲା।
କିଛି ଦିନ ପୂର୍ବେ କଂଗ୍ରେସର ମିଡିଆ ସେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ତ୍ରୁଟି ସମ୍ପର୍କରେ ଟ୍ୱିଟ୍‍ କରିବାକୁ ଯାଇ ଏହି ଟ୍ୱିଟ୍‍ କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚର୍ତୁବେଦୀକୁ ପଠାଇବା ପରିବର୍ତ୍ତେ ପ୍ରିୟଙ୍କା ଚେପ୍ରାକୁ ପଠାଇ ଦେଇଥିଲେ।

Leave A Reply