www.samajalive.in
Friday, December 5, 2025
20.1 C
Bhubaneswar

ରାଜସ୍ଥାନକୁ ହରାଇ ଶୀର୍ଷରେ ଦିଲ୍ଲୀ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍‍ସ ବିଜୟୀ ହୋଇଛି। ରାଜସ୍ଥାନ ରୟାଲ୍‍ସକୁ ୪୬ ରନରେ ହରାଇ ଦିଲ୍ଲୀ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି। ସିମ୍ରନ୍‍ ହେତ୍‍ମେୟରଙ୍କ ଆକ୍ରମଣାତ୍ମକ ୪୫ ରନ୍‍ ଏବଂ ଅନ୍ୟ କିଛି ଉପଯୋଗୀ ଇନିଂସ୍‍ ବଳରେ ଦିଲ୍ଲୀ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ଦିଲ୍ଲୀ ୮ ୱିକେଟ ହରାଇ ୧୮୪ ରନ୍‍ କରିପାରିଛି। ପରେ ରାଜସ୍ଥାନ ରୟାଲ୍‍ସ ୧୯.୪ ଓଭରରେ ୧୩୮ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ୬ଷ୍ଠ ମ୍ୟାଚରେ ୫ମ ବିଜୟ ପରେ ଦିଲ୍ଲୀ ସର୍ବାଧିକ ୧୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ପ୍ରଥମ ୨ଟି ମ୍ୟାଚ୍‍ ଜିତିଥିବା ରାଜସ୍ଥାନ କ୍ରମାଗତ ୪ର୍ଥ ପରାଜୟ ଭୋଗିଛି।

ଟସ୍‍ ଜିତି ରାଜସ୍ଥାନ ରୟାଲ୍‍ସ ଫିଲ୍‍ଡିଂର ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲ୍‍ସର ଓପ୍‍ନର ଶିଖର ଧାୱନ ବିଫଳ ହୋଇ ୫ ରନ୍‍କରି ଆଉଟ୍‍ ହୋଇଥିଲେ। ପରେ ଓପ୍‍ନର ପୃଥ୍ୱୀ ସ’ ଓ ଅଧିନାୟକ ଶ୍ରେୟାସ ଆୟର ଭଲ ବ୍ୟାଟିଂ କରିଥିଲେ ହେଁ ଦୁହେଁ ସେଟ୍‍ ହୋଇ ୱିକେଟ୍‍ ଫିଙ୍ଗିଥିଲେ। ୫ମ ଓଭରରେ ସ୍କୋର୍‍ ୪୨ ରନ୍‍ ଥିବା ବେଳେ ପୃଥ୍ୱୀ ସ’ ୧୦ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‍କରି ଆଉଟ ହୋଇଥିଲେ। ପରେ ୨ଟି ରନ୍‍ ଆଉଟ ଦିଲ୍ଲୀ କ୍ୟାପିଟାଲ୍‍ସ ପାଇଁ ଶକ୍ତ ଧକ୍କା ଥିଲା। ଶ୍ରେୟାସ ଆୟର ୧୮ ବଲ୍‍ରୁ ୪ଟି ଚୌକା ସହ ୨୨ ରନ୍‍ କରି ରନ୍‍ ଆଉଟ ହୋଇଥିଲେ। ଋଷଭ ପନ୍ତ୍‍ ୫ ରନ୍‍କରି ରନ୍‍ଆଉଟ ହୋଇଥିଲେ। ୭୯ ରନରେର ଦିଲ୍ଲୀ ୪ଟି ୱିକେଟ ହରାଇବା ପରେ ମାର୍କସ ଷ୍ଟୋଇନିସ୍‍ ଓ ସିମ୍ରନ୍‍ ହେତ୍‍ମେୟର ଇନିଂସ ସଜାଡ଼ିବାର ପ୍ରୟାସ କରିଥିଲେ। ଦୁହେଁ ୩୦ ରନ୍‍ ଯୋଡ଼ିବା ପରେ ଅଷ୍ଟ୍ରେଲୀୟ ଷ୍ଟୋଇନିସ୍‍ ଆଉଟ୍‍ ହୋଇଥିଲେ। ଷ୍ଟୋଇନିସ୍‍ ୩୦ ବଲ୍‍ରୁ ୪ଟି ଛକା ସହ ୩୯ ରନ୍‍ କରିଥିଲେ। ପରେ ବାମହାତି ହେତ୍‍ମେୟର ଏକା ଲଢ଼ିଥିଲେ। ହେତ୍‍ମେୟର ୨୪ ବଲ୍‍ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୪୫ ରନ୍‍ କରିଥିଲେ। ଅକ୍ଷର ପଟେଲ ୮ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍‍ କରିଥିଲେ। ଶେଷ ୪ ଓଭରରୁ ଦିଲ୍ଲୀ କ୍ୟାପିଟାଲ୍‍ସ ୪୯ ରନ୍‍ କରି ପାରିଥିଲା। ହର୍ଷଲ ପଟେଲ ଇପଯୋଗୀ ୧୬ ରନ୍‍ କରିଥିଲେ। ଜୋଫ୍ରା ଆର୍ଚର ୩ଟି ୱିକେଟ ନେଇଥିଲେ।

- Advertisement -

୧୮୫ ରନ୍‍ ବିଜୟଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ରୟାଲ୍‍ସକୁ ବଡ଼ ଝଟ୍‍କା ଲାଗିଥିଲା; ଯେତେବେଳେ ଜୋସ୍‍ ବଟ୍‍ଲର ଜଲ୍‍ଦି ଆଉଟ ହୋଇ ଯାଇଥିଲେ। ବଟ୍‍ଲର ୮ ବଲ୍‍ରୁ ୨ଟି ଚୌକା ସହ ୧୩ ରନ୍‍ କରିଥିଲେ। ବଡ଼ ସଟ୍‍ ମାରିବା ପ୍ରୟାସରେ ସ୍ମିଥ୍‍ ୱିକେଟ ହରାଇଥିଲେ। ସ୍ମିଥ୍‍ ୧୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୪ ରନ୍‍ କରିଥିଲେ। ସମାନ ଚାପ ଯୋଗୁଁ ସଞ୍ଜୁ ସାମ୍‍ସନ ମଧ୍ୟ ୱିକେଟ ହରାଇଥିଲେ। ସାମ୍‍ସନ ୫ ରନ୍‍ କରିଥିଲେ। ମହିପାଳ ଲୋମରର ୧ ରନ୍‍ କରିଥିଲେ। ୧୩ଶ ଓଭର ପର୍ୟ୍ୟନ୍ତ କ୍ରିଜ୍‍ରେ ରହି ଯଶସ୍ୱୀ ଜୟସୱାଲ ୩୬ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୪ ରନ୍‍ କରି ପାରିଥିଲେ। ଆଣ୍ଡର‍୍ୟୁ ଟାଇ ୬ ରନ୍‍ କରିଥିଲେ। ଶେଷ ୫ ଓଭରରୁ ରାଜସ୍ଥାନ ୮୪ ରନ୍‍ ଆବଶ୍ୟକ କରୁଥିଲା। ରାହୁଲ ତିୱତିଆ ୨୯ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ରନ୍‍ କରିଥିଲେ। କାଗିସୋ ରାବାଡ଼ା ୩ଟି ଏବଂ ରବିଚନ୍ଦ୍ରନ ଅଶ୍ୱିନ ଓ ମାର୍କସ ଷ୍ଟୋଇନିସ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories