www.samajalive.in
Friday, December 5, 2025
26.1 C
Bhubaneswar

ଦୃଷ୍ଟିହୀନ କିନ୍ତୁ ସ୍ଵରର ଯାଦୁଗର ଆଦିବାସୀ ଝିଅ ମୁନି

ଲଙ୍ଗଳେଶ୍ବର: ଜନ୍ମରୁ ଦୃଷ୍ଟିହୀନ ହୋଇଥିଲେ ବି ନିଜର ସୁମଧୁର କଣ୍ଠସ୍ବର ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ପାଲଟିଛନ୍ତି ଗରିବ ଆଦିବାସୀ ଝିଅ ମୁନି ସୋରେନ। ମୁନି କୌଣସି ଗୁରୁଙ୍କ ପାଖରୁ ସଙ୍ଗୀତ ଶିକ୍ଷା ନକରି ନିଜ ପ୍ରଚେଷ୍ଟାରେ ସୁନ୍ଦର ଭାବେ ଗୀତ ବୋଲି ପାରୁଛନ୍ତି। ବାଲେଶ୍ବର ଜିଲା, ବସ୍ତା ବ୍ଲକ ଅନ୍ତର୍ଗତ ଦରଡା ଗ୍ରାମର କାଳିଆ ସୋରେନ ଏବଂ ବୁଢ଼ି ସୋରେନଙ୍କ ଏକମାତ୍ର ସନ୍ତାନ ମୁନି(୨୩)। ବାପା କାଳିଆ ସୋରେନଙ୍କର ନିଜସ୍ବ ଜମିବାଡି ନଥିବାରୁ ପରଘରେ ମୂଲ ଲାଗି ଯାହା ରୋଜଗାର ହୁଏ, ସେଥିରେ ତିନି ପ୍ରାଣୀ କଷ୍ଟେମଷ୍ଟେ ଚଳି ଯାଆନ୍ତି।

ଏହି ଗରିବ ପରିବାର ପାଇଁ ଭଙ୍ଗା କୁଡ଼ିଆ ଏକମାତ୍ର ଆଶ୍ରୟସ୍ଥଳ। ଏଣେ ଝିଅ ଜନ୍ମରୁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ। ମାତ୍ର ବାପାମା’ ହତାଶ ନହୋଇ, ଭୋକ ଉପାସରେ ରହି ମଧ୍ୟ ଝିଅକୁ ପାଠ ପଢ଼ାଇ ମଣିଷ କରିବା ପାଇଁ ଲାଗିପଡିଥିଲେ। ଅଭାବ ଅନଟନ ସାଙ୍ଗକୁ ମୁନିର ଆଖିକୁ କିଛି ଦେଖାଯାଉ ନଥିଲେ ବି ବହୁ କଷ୍ଟରେ ମାଟ୍ରିକ ପାସ କରି ସେ ଯୁକ୍ତ ଦୁଇ କଲେଜରେ ନାମ ଲେଖାଇଥିଲେ। ମାତ୍ର ଅର୍ଥାଭାବ ପାଇଁ ପରୀକ୍ଷା ଦେଇ ନପାରି ଶେଷରେ ପଢ଼ାରେ ଡୋରି ବାନ୍ଧିଥିଲେ।

- Advertisement -

ତେବେ ପିଲା ଦିନରୁ ସଙ୍ଗୀତ ପ୍ରତି ଦୁର୍ବଳତା ଥିବାରୁ ସେ ରେଡିଓ, ଟିଭି ଏବଂ ମୋବାଇଲରୁ ଶୁଣି ଶୁଣି ଗୀତ ଗାଉଥିଲେ। ଏବେ ସେ ବହୁତ ସୁନ୍ଦର ଗୀତ ବୋଲି ପାରୁଛନ୍ତି। ଏଥିପାଇଁ ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି। ଦୃଷ୍ଟିହୀନ ହୋଇଥିଲେ ବି ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହେବା ପାଇଁ ସେ ସ୍ବପ୍ନ ଦେଖିଛନ୍ତି। ତେବେ ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କ ସଙ୍ଗୀତ ଶିକ୍ଷା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଲେ ଏହି ଭିନ୍ନକ୍ଷମ ଆଦିବାସୀ ଝିଅର ଅଧୁରା ସ୍ବପ୍ନ ପୂରଣ ହୋଇପାରନ୍ତା।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories