ହରିଣ ଉଦ୍ଧାର

0

ସୁଆଣ୍ଡୋ:ସତ୍ୟବାଦୀ ବ୍ଲକ ଅଳଗୁମ ବେଢା ଉପର ବଉଳ ସାହି ସୁରାଲାଗି ବରଗଛ ନିକଟରେ ଆଜି ସକାଳେ ଗ୍ରାମବାସୀମାନେ ଏକ ହରିଣକୁ ଧରିଥିଲେ। ସକାଳେ ଗ୍ରାମବାସୀମାନେ ବିଲକୁ ଯିବା ସମୟରେ ହରିଣକୁ ଦେଖିଥିଲେ । ଗ୍ରାମର କିଛି ଯୁବକ ହରିଣଟିକୁ ଧରି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟର କର୍ମଚାରୀଙ୍କୁ ଜଣାଇଥିଲେ । ଅଭୟାରଣ୍ୟର କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ବନ୍ଧା ହୋଇ ରହିଥିବା ହରିଣଟିକୁ ଉଦ୍ଧାର କରି ସାଙ୍ଗରେ ନେଇ ଯାଇଥିଲେ । ପଶୁ ଡାକ୍ତରଖାନାରେ ହରିଣଟିର ଚିକିତ୍ସା କରି ଅଭୟାରଣ୍ୟରେ ଛଡାଯିବ ବୋଲି କର୍ମଚାରୀମାନେ ଜଣାଇଥିଲେ।
ହରିଣଟିର ବୟସ ଚାରିବର୍ଷ ହେବ ବୋଲି ବିଭାଗୀୟ ଅଭୟାରଣ୍ୟର କର୍ମଚାରୀମାନେ ପ୍ରକାଶ କରିଛନ୍ତି।

Leave A Reply