www.samajalive.in
Sunday, December 14, 2025
23.1 C
Bhubaneswar

ବଡବଡ ଖାଲଖମା କୁ ନେଇ ରାସ୍ତା ଜାମ, ପିପିଳିଆ ରୁ ଗୋପାଳପୁର ଯାଏ ଗାଡ଼ି ଧାଡି ଲାଗିଛି

ପାଟଣା : ଜିଲ୍ଲାର ଲାଇଫ ଲାଇନ୍ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ଫେରି ଆସିଛି ସେଇ ପୁରୁଣା ଦିନର ୨୧୫ ନଂ ରାଜରାସ୍ତାର ଦୁରାବସ୍ତା ଚିତ୍ର। ଆଜି ପିପିଳିଆ ଅଣ୍ଡରପାସ ନିକଟ ଖାଲରେ ଏକ ଲୁହାପଥର ବୋଝେଇ ଟ୍ରକ ଗାଢରେ ପଡି ଲାଖି ରହିଥିଲା । ଟ୍ରକ ନ ଉଠିବାରୁ ରାସ୍ତା ଜାମ ହୋଇଯାଇଥିଲା । ପିପିଳିଆ ଛକ ଠାରୁ ଚାନ୍ଦପଶି ଛକ ମଧ୍ୟରେ ରାସ୍ତା ମଝିରେ ବଡ ବଡ ଖାଲମାଲ ସୃଷ୍ଟି ହୋଇଛି । ଯାହାଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହେବାରେ ଲାଗିଛି । ଆଜି ସକାଳୁ ରାତିସାରା ଜାମରେ ଶହ ଶହ ଟ୍ରକ, ବସ ଓ ଛୋଟ ଯାନ ମାନ ଅଟକି ରହିଥିବା ଦେଖିବାକୁ ମିଳିଛି । ପିପିଳିଆ ଘାଟିମଙ୍ଗଳା ମନ୍ଦିର ନିକଟ ହାତୀ ଅଣ୍ଡରପାସ ଓଭରବ୍ରିଜ କଡ ରାସ୍ତା ବର୍ଷାରେ ଧୋଇ ନେବାରୁ ଦୁଇଟି ଗାଡି ଯିବାଆସିବା ସମ୍ଭବପର ହୋଇ ପାରୁନାହିଁ । ଗୋଟିଏ ଲାଇନର ଗାଡି ଗଡିଲେ ଅନ୍ୟ ଲାଇନର ଗାଡି ରାସ୍ତାରେ ଅଟକି ରହୁଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories