www.samajalive.in
Tuesday, December 9, 2025
16.1 C
Bhubaneswar

ଠିକା କାମକୁ ନେଇ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଗୁଳିକାଣ୍ଡ

ଖଡିଆଳ: ନୂଆପଡା ଜିଲା ଖଡିଆଳ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଠିକା କାମକୁ ନେଇ ଏକ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ ଜଣେ ଠିକାଦାର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଶୁକ୍ରବାର ଖଡିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଠିକା କାମ ନେଇ ୧୯ଟି ଟେଣ୍ଡର ଖୋଲାଯାଇଥିବା ଜଣାପଡିବା ପରେ ଠିକାଦାର ମାନେ ବିଭାଗୀୟ କାର୍ଯ୍ୟାଳୟକୁ ଯାଇ କିଏ କିଏ କାମ ପାଇଛି ବୋଲି ଦେଖୁଥିଲେ। ଏଥିରେ କଣ୍ଟାବାଞ୍ଜି ଏବଂ ଖଡିଆଳର ଠିକାଦାର ଥିଲେ। ହେଲେ ସେଠାରେ କିଛି ଠିକାଦାରଙ୍କ ମଧ୍ୟରେ ବଚସା ହୋଇଥିଲା। ସାଥିରେ ୨ଟି ବନ୍ଧୁକ ନେଇ ଆସିଥିବା କଣ୍ଟାବାଞ୍ଜିର ଠିକାଦାର ଜଣକ ଅଫିସ ବାହାରକୁ ଆସି ଗୁଳି କରିଥିଲେ। ଏହି ଗୁଳି ଖଡିଆଳର ଠିକାଦାର ପବନ କୁମାର ଅଗ୍ରୱାଲଙ୍କ ବାମ ହାତକୁ ଛୁଇଁ ଚାଲି ଯାଇଥିଲା। ଯାହା ଫଳରେ ପବନଙ୍କ ବାମ ହାତରେ ଅଳ୍ପ କ୍ଷତ ହୋଇଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଏନେଇ ପବନଙ୍କ ଅଭିଯୋଗ କ୍ରମେ ପୁଲିସ ୨୫୧/୨୦୨୦ରେ ଏକ ମାମଲା ରୁଜୁ କରି କଣ୍ଟାବାଞ୍ଜିର ଠିକାଦାର ଗିରିଦାସ ସିଂମାଝୀ ଓ ତାଙ୍କ ଭାଇ ଶୋଭାରାଜ ସିଂମାଝୀଙ୍କ ସହ ଡ୍ରାଇଭର ଚୈତନ୍ୟ ମାଝୀଙ୍କୁ ଅଟକ ରଖିଛି। ଏହାସହ ୨ଟି ବନ୍ଧୁକ ସହ ଇନୋଭା ଗାଡିକୁ ଜବତ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories