www.samajalive.in
Monday, December 8, 2025
27.1 C
Bhubaneswar

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ; ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ନୂଆପଡା : ଖରିଆର ରୋଡସ୍ଥିତ ଜାତୀୟ ରାଜପଥ-୩୫୩ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।
ସୂଚନାନୁସାରେ ଖରିଆରରୋଡର ସୁଶାନ୍ତ କୁମାର କୋଲହାରାସ କୋମନା ବ୍ଲକ ଅନ୍ତର୍ଗତ ଗୋହିରାପଦର ଗ୍ରାମରେ ଜାତୀୟ ରାଜପଥ କଡରେ ଏକ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଆବେଦନ କରିଥିଲେ। ଏଥି ସକାଶେ ଆନୁଷଙ୍ଗିକ କାଗଜପତ୍ର ମଧ୍ୟରୁ ଜାତୀୟ ରାଜପଥ ଅଧିକାରୀଙ୍କ ଏକ ଅନୁଧ୍ୟାନ ରିପୋର୍ଟ ମଧ୍ୟ ଆବଶ୍ୟକ ହୋଇଥାଏ। ଏହି ଅନୁଧ୍ୟାନ ରିପୋର୍ଟ ଦେବା ପାଇଁ ସୁଶାନ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଅନୁଧ୍ୟାନ ରିପୋର୍ଟ କରାଇ ଦେବା ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୋଗ ମେହେର ତାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏତେ ଗୁଡାଏ ଟଙ୍କା ଦେବାରେ ଅସମର୍ଥ ପ୍ରକାଶ କରିବାରୁ ଶେଷରେ ୨୦ ହଜାର ଟଙ୍କାରେ ରାଜି ହୋଇଥିଲେ। ଏହାକୁ ନେଇ ସୁଶାନ୍ତ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଏନେଇ କୋରାପୁଟ ଭିଜିଲାନ୍ସ ଅଫିସରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ନୂଆପଡା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଦଳ ଉକ୍ତ କାର୍ଯ୍ୟାଳୟରେ ଚଢଉ କରି ରାସାୟନିକ ଲେପ ବୋଳା ହୋଇଥିବା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ମେହେରଙ୍କୁ ଗିରଫ କରିଥିଲା। ପ୍ରଥମେ ଶ୍ରୀ ମେହେର ଏଣେତେଣେ ରାସାୟନିକ ବୋଳା ଟଙ୍କା ଲୁଚାଇବାକୁ ଚେଷ୍ଟା କରିଥିଲେ। ପରେ କିଛି ଉପାୟ ନପାଇ ମୋତେ କରୋନା ହୋଇଛି ବୋଲି କହିଥିଲେ। କିନ୍ତୁ ଭିଜଲାନ୍ସ ଟିମ୍‌ କୌଣସି ମତେ ତାଙ୍କୁ କାବୁ କରିଥିଲେ। ଅନ୍ୟପକ୍ଷରେ ତାଙ୍କ ପୈତୃକ ଓ ସର୍ମ୍ପକୀୟଙ୍କ ବାସଭବନରେ ଚଢଉ କରାଯିବା ସହ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଡିଏସ୍‌ପି ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories