www.samajalive.in
Tuesday, December 9, 2025
16.1 C
Bhubaneswar

ଫୁଲବାଣୀ କୋଭିଡ ହସପିଟାଲ ପରିଚାଳନାରେ ତ୍ରୁଟି ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଲା ଭାରତୀୟ ଜନତା ପାର୍ଟି

ଫୁଲବାଣୀ: କନ୍ଧମାଳ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଦେବନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଫୁଲବାଣୀରେ ଥିବା କୋଭିଡ ହସପିଟାଲରେ ହେଉଥିବା ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଯୋଗୁଁ କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ସଠିକ ସେବା ମିଳି ପାରୁନାହିଁ। ଫଳରେ ସେଠାରେ ରୋଗୀମାନେ ସୁସ୍ଥ ହେବା ବଦଳରେ ଅଧିକ ଅସୁସ୍ଥ ହେଉଛନ୍ତି। ଯାହାର ପରିଣାମ ସ୍ୱରୁପ ଫୁଲବାଣୀର ଜଣେ ବରିଷ୍ଠ ଆଇନଜୀବି, ଜଣେ ବରିଷ୍ଠ ସାମ୍ବାଦିକଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ସେଥିପାଇଁ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ବଦଳାଇ ଅନ୍ୟ କର୍ମଚାରୀ ନିୟୋଜିତ କରିବାକୁ ଦାବୀ କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଉକ୍ତ ଦାବିପତ୍ର ଗ୍ରହଣ କରିଥିବା ବେଳେ ଏଥିରେ କନ୍ଧମାଳ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ଲିଗାଲସେଲର ସଭାପତି ରମେଶଚନ୍ଦ୍ର ମହାନ୍ତି, ଦିଗାମ୍ବର ବେହେରା, ଦିବାକର ଦିଗାଲ, ପରେଶ ମହାପାତ୍ର, ସ୍ୱରୁପାନନ୍ଦ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସାମିଲ୍‍ ଥିଲେ।

ଦାବିପତ୍ର ପ୍ରକାରେ, ଫୁଲବାଣୀରେ ଥିବା କୋଭିଡ ହସପିଟାଲ ଓ ପ୍ରଶାସନର ମଧ୍ୟରେ ତାଳମେଳ ରହୁ ନ ଥିବାରୁ ଏବଂ କେତେ ଯାଗାରେ ଉଭୟ ପ୍ରଶାସନ ଓ ଦାୟୀତ୍ୱ ନେଇଥିବା ଅନୁଷ୍ଠାନର ଖାମଖିଆଲ ମନୋଭାବ ଯୋଗୁଁ କୋଭିଡ ହସପିଟାଲରେ ରୋଗୀଙ୍କ ପାଇଁ ରହିଥିବା ଶୌଚାଳୟ ଗୁଡିକରେ ସେମାନଙ୍କର ବ୍ୟବହାର ପାଇଁ ସ୍ୱତନ୍ତ୍ର ବାଲଟି ଓ ମଗ ରଖାଯାଉ ନଥିବା ସହିତ ସେଠାରେ ପାଣିର ଘୋର ଅଭାବ ଦେଖାଯାଉଛି। ଫଳରେ ସେଠାରେ ଥିବା ରୋଗୀମାନେ ଶୌଚାଳୟକୁ ଯିବା ବେଳେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଶୌଚାଳୟ ଗୁଡିକର ସଫେଇ କରାଯାଉନାହିଁ। ରୋଗୀଙ୍କର ସଠିକ ସେବା କରାଯାଉ ନାହିଁ। ବିନା ଚିକିତ୍ସାରେ ଏବଂ ଭୟରେ ସେମାନଙ୍କର ହୃଦଘାତ ଜନିତ ମୃତ୍ୟୁ ଘଟୁଛି। ସେଠାରେ ୪ଟି ଭେଣ୍ଟିଲେଟର ରହିଥିବା ନେଇ ପ୍ରଶାସନ ପକ୍ଷରୁ ଏହାର ଉଦଘାଟନ ସମୟରେ ସୂଚନା ଦିଆଯାଇଥିଲେ ମଧ୍ୟ ସେଗୁଡିକ କାର୍ଯ୍ୟକ୍ଷମ ନାହିଁ ବୋଲି ଦଳ ଅଭିଯୋଗ କରିଛି। କୋଭିଟ ହସପିଟାଲକୁ ନିଜେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରବେଶ କରିନପାରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଦଳ ପ୍ରକାଶ କରିଛି। ଏହି ହସପିଟାଲରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ଏବଂ ପରିମାଣ ଅତି ନିମ୍ନମାନର ହୋଇଥିବାରୁ ଲୋକେ କୋଭିଡରେ ଆକ୍ରାନ୍ତ ହେଲେ ମଧ୍ୟ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି ଯାହା ଫଳରେ ସେମାନେ ଶେଷ ମୁହୁର୍ତରେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଯେଉଁ ସବୁ ସମସ୍ୟା ସଂପର୍କରେ ଦାବି କରାଯାଇଛି। ସେସବୁ ସମସ୍ୟାର ସମସ୍ୟାର ତୁରନ୍ତ ସମାଧାନ ନହେଲେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓହ୍ଲାଇବାକୁ ପଛେଇବ ନାହିଁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories