ପାଟଣା : ପାଟଣା ବ୍ଲକ ଚେମଣା ଗ୍ରାମ ପଂଚାୟତ ନୋଡାଲ ହାଇସ୍କୁଲ ପରିସରରେ ତୁରୁମୁଙ୍ଗାର ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ ଆଜି ଗୋପବନ୍ଧୁ ଜୟନ୍ତ୍ରୀ ପାଳନ କରାଯାଇଛି। ସନ୍ତୋଷ କୁମାର ବାରିକଙ୍କ ସଂଯୋଜନାରେ ଓ ଗୋପୀନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଫକୀର ଚରଣ ମହାନ୍ତ , ସମ୍ମାନୀତ ଅତିଥି ଭାବେ ନିର୍ମଳ ଚନ୍ଦ୍ର ସାହୁ ଓ ସମାଜସେବୀ ଅଖିଳ ଚନ୍ଦ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ନିଶ୍ଚିନ୍ତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ କୁମାର ବେହେରା, ଖମୁଆଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରଚନ୍ଦ୍ର ମହାନ୍ତ, ତୁରୁମୁଙ୍ଗା ଶିଶୁ ବିଦ୍ୟାମନ୍ଦିର ଆଚାର୍ୟ୍ୟା ପଦ୍ମାଳୟା ମିଶ୍ରଙ୍କୁ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯିବା ସହ ତୁରୁମୁଙ୍ଗା ଓ ଚେମଣାର ୨୦ ଜଣ ଗରିବ ପରିବାରର ସଦସ୍ୟ ସଦସ୍ୟାଙ୍କୁ ସଂଗଠନ ପକ୍ଷରୁ ବସ୍ତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଡକ୍ଟର ଯୋଗେନ୍ଦ୍ର ନାଏକ, ହରେକୃଷ୍ଣ ମହାକୁଡ, ବଳଭଦ୍ର ନାଏକ, ରମେଶ ଚନ୍ଦ୍ର ନାଏକ, ଭକ୍ତବନ୍ଧୁ ବେହେରା, ମଦନ ମହାନ୍ତ, ସନ୍ତୋଷ ନାଏକ, ହିମାଂଶୁ ପୃଷ୍ଟି, ସୁମନ୍ତ ମହାନ୍ତ, ଗୋପାଳକୃଷ୍ଣ ସାହୁ, ପ୍ରମୋଦ ସାହୁ ଓ ଗୌତମ ନାଏକ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଜୀବନାଦର୍ଶ ଉପରେ ମତ ରଖିଥିଲେ।
Popular Categories



